Below header

ଭାରତୀୟ ଅଲିମ୍ପିକ୍ସ ସଂଘ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା

ଇସ୍ତଫା ଦେଲେ ନରିନ୍ଦର ବାତ୍ରା । ଭାରତୀୟ ଅଲିମ୍ପିକ୍ସ ସଂଘ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା । ୨୦୧୭ରୁ ସେ ଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ପଦରେ ଥିଲେ । ତେବେ ଗତ ମାସରେ ସିବିଆଇ ଜାଲରେ ଛନ୍ଦି ହୋଇଥିଲେ ନରିନ୍ଦର । ହକି ଇଣ୍ଡିଆ ଫଣ୍ଡରୁ ୩୫ ଲକ୍ଷ ଟଙ୍କାର ହେରଫେର ମାମଲାରେ ସିବିଆଇ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା ।

ଏହା ପରେ ତାଙ୍କ ଇସ୍ତଫା ଦାବି କରିଥିଲେ ଆଇଓଏର ସଦସ୍ୟମାନେ । ସେପଟେ ବିଶ୍ଵ ହକିର ବିକାଶ ଦିଗରେ ଅଧିକ ଧ୍ୟାନ ଦେବା ସହ ନୂଆ ଲୋକ ତଥା ନୂଆ ଯୋଜନାକୁ ସ୍ୱାଗତ କରିବା ଲକ୍ଷ୍ୟ ନେଇ ଆଇଓଏ ଅଧ୍ୟକ୍ଷ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ବାତ୍ରା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.