ସେନେଗଲର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ଜଳିଗଲେ ୧୧ ନବଜାତ ଶିଶୁ

ପଶ୍ଚିମ ଆଫ୍ରିକାର ସେନେଗଲ (Senegal)ର ତିଭାଓନେ (Tivaouane) ସହରସ୍ଥିତ ଏକ ହସ୍ପିଟାଲରେ ନିଆଁ ଲାଗି ୧୧ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ମ୍ୟାକି ସାଲ (President Macky Sall)ଏ ନେଇ ସୂଚନା ଦେଇଛନ୍ତି। ତିଭାଓନେ ସହରର ରାଜଧାନୀ ଡକାର (Dakar) ଠାରୁ ପାଖାପାଖି ୧୨୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି।

ରାଷ୍ଟ୍ରପତି କହିଛନ୍ତି, Mame Abdou Aziz Sy Dabakh ହସ୍‌ପିଟାଲରେ ନବଜାତ ବିଭାଗରେ ନିଆଁ ଲାଗିବାରୁ ୧୧ ନବଜାତଙ୍କ ମୃତ୍ୟୁ ହୋଇଥିବା କଥା ମୁଁ ଏବେ ଏବେ ଶୁଣିଲି। ଏହା ଏକ ହୃଦୟଥରା ତଥା କଷ୍ଟଦାୟକ ଘଟଣା। ଏହି ଘଟଣା ବାବଦରେ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ତେବେ ବର୍ତ୍ତମାନ ଯାଏଁ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଦୁର୍ଘଟଣାର ତଦନ୍ତ ଏବେ ଜାରି ରହିଛି।

ସେନେଗଲରେ ଅଧ ରାତିରେ ରାଷ୍ଟ୍ରପତି ମ୍ୟାକି ସାଲ ଟ୍ଵିଟର ଯୋଗେ ଏହି ଘୋଷଣା କରିଛନ୍ତି। ଏହି ଅଗ୍ନିକାଣ୍ଡ ଯୋଗୁ ୧୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା କଥା ତାଙ୍କୁ ବ୍ୟଥିତ କରିଛି। ମୃତ ଶିଶୁଙ୍କ ପରିବାରକୁ ସେ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ସର୍ଟ ସର୍କିଟ୍‌ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି।

କିଛି ଦିନ ତଳେ ହିଁ ହୋଇଥିଲା ଉଦ୍‌ଘାଟନ:

ରିପୋର୍ଟ ମୁତାବକ, କିଛି ଦିନ ତଳେ ହିଁ ଏହି ହସ୍ପିଟାଲର ଉଦ୍‌ଘାଟନ ହୋଇଥିଲା। ଉଦ୍‌ଘାଟନ ବେଳେ ବଡ଼ ବଡ଼ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ।

ତେବେ ସେନେଗଲ ଇତିହାସରେ ଏହା ବର୍ତ୍ତମାନର ସବୁଠୁ ବଡ଼ ଅଗ୍ନିକାଣ୍ଡ। ଗତ ବର୍ଷ ମଧ୍ୟ ସେନେଗଲର ଏକ ହସ୍ପିଟାଲରେ ନିୟୋନେଟଲ ଓ୍ଵାର୍ଡରେ ନିଆଁ ଲାଗିଯାଇଥିଲା। ସେତେବେଳେ ୪ ଶିଶୁଙ୍କ ଜୀବନ ଯାଇଥିଲା।

Also Read: ସନ୍ଧ୍ୟା ବେଳେ ଟିଫିନ୍‌ରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଟମାଟୋ ସସ୍‌ ପାସ୍ତା, ଲାଗିବ ମାତ୍ର ୧୦ ମିନିଟ୍‌