Below header

ବୌଦ୍ଧ: ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ, ଦାନ୍ତ କାଟି ନେଇଛନ୍ତି ଶିକାରୀ

ବୌଦ୍ଧ(କେନ୍ୟୁଜ୍‌): ଆଉ ଏକ ଦନ୍ତା ଶିକାର। ବୌଦ୍ଧ ବନଖଣ୍ଡ ବଘିଆପଡ଼ା ସେକ୍ସନ ବାଙ୍କମୁଣ୍ଡି ସଂରକ୍ଷିତ ୮ନଂ କମ୍ପାର୍ଟମେଣ୍ଟ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ଦାନ୍ତ କାଟି ନେଇଛନ୍ତି ଶିକାରୀ। ସୂଚନା ଅନୁଯାୟୀ, ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରୁ ହାତୀର ମୃତଦେହ ଠାବ କରାଯାଇଥିଲା।

ତେବେ ଗତକାଲି ରାତିରେ ତରବରିଆ ଭାବେ ବନବିଭାଗ ମୃତଦେହକୁ ପୋତି ଦେଇଥିଲା। ଘଟଣାସ୍ଥଳରେ ମାଂସ ଓ ହାଡ ପଡିଥିବା ଦେଖିବାକୁ ମିଳିଛି। ସେହିଭଳି ପୋତିବା ପାଇଁ ବ୍ୟବହୃତ ଲୁଣ ଓ ଫିନାଇଲ ମଧ୍ୟ ପଡିଛି। ଗୋଟିଏ ଦିନ ପୂର୍ବରୁ ବଘିଆପଡ଼ା ସେକ୍ସନ ଭୁର୍କୀପଡ଼ା ଜଙ୍ଗଲରୁ ଦନ୍ତା ହାତୀର ଦାନ୍ତ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.