ଜୁନ୍ ପହିଲାରୁ ମହଙ୍ଗା ହେବ ଗାଡି ଇନସ୍ୟୁରାନ୍ସ ,ଏବେ ଇଞ୍ଜିନ ହିସାବରେ ଗଣିବେ ପଇସା

ଗାଡି ଚାଳକଙ୍କ ପାଇଁ ବଡ ଖବର। ଜୁନ୍ ପହିଲାରୁ ଆପଣଙ୍କ ଇନସ୍ୟୁରାନ୍ସ ଖର୍ଚ୍ଚ ବଢିଯିବ । ଏଥିପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଥାର୍ଡ ପାର୍ଟି ମୋଟର ଭେଇକିଲ ଇନସ୍ୟୁରାନ୍ସର ପ୍ରିମିୟମ୍ ରେଟ୍ ବଢାଇଦିଆଯାଇଛି । ଏବେ ଗାଡିର ଇଞ୍ଜିନ ଅନୁସାରେ ଚାଳକଙ୍କୁ ଟଙ୍କା ଦେବାକୁ ପଡିବ ବୋଲି କେନ୍ଦ୍ର ସରକାର ସର୍କୁଲାର ଜାରି କରିଛନ୍ତି । ଏହି ଦରବୃଦ୍ଧି ୧୫୦୦ସିସି ପର୍ଯ୍ୟନ୍ତ କାର୍ ପାଇଁ ହୋଇପାରେ ।

ସଡକ ଏବଂ ପରିବହନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ମୋଟର ବୀମା ପ୍ରିମିୟମରେ ଶେଷ ପରିବର୍ତ୍ତନ ୨୦୧୯-୨୦ ପାଇଁ କରାଯାଇଛି। କୋଭିଡ -୧୯ ମହାମାରୀ ସମୟରେ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା। ବିଭିନ୍ନ ଇଞ୍ଜିନ କ୍ଷମତା ପାଇଁ ବର୍ତ୍ତମାନ ତୃତୀୟ ପକ୍ଷ ବୀମା ହାର ବୃଦ୍ଧି କରାଯାଉଛି । ପ୍ରିମିୟମର ନୂତନ ହାର ଜୁନ୍ରୁ ୧ରେ କାର୍ଯ୍ୟକାରୀ ହେବ।

ମନ୍ତ୍ରଣାଳୟ ନିୟମ ଅନୁସାରେ ୧୦୦୦ ସିସି ଇଞ୍ଚିନ୍ ଥିବା ଗାଡି ପାଇଁ ଥାର୍ଡ ପାର୍ଟି ବିମା ପ୍ରିମିୟମ୍ ୨,୦୯୪ ଟଙ୍କା ଧାର୍ଯ୍ୟ କରାଯାଇଛି ।ସେହିପରି ୧୫୦୦ ସିସି ଇଞ୍ଚିନ୍ ଗାଡି ପାଇଁ ଇନସ୍ୟୁରାନ୍ସ ଦର ୩,୨୨୧ରୁ ବଢି ୩,୪୧୬ ଟଙ୍କା ବଢିବ । ୧୫୦୦ ସିସି ରୁ ଉପରକୁ ଥିବା ଇଞ୍ଚିନ କ୍ଷମତା ସମ୍ପନ୍ନ ଗାଡିର ପ୍ରିମିୟମ ସାମାନ୍ୟ ବଢିଥିବା କୁହାଯାଇଛି । ଅବଶ୍ୟ, ୧୫୦୦ ସିସିରୁ ଅଧିକ ଯାନ ପାଇଁ ତୃତୀୟ ପକ୍ଷ ବୀମା ପ୍ରିମିୟମ ସାମାନ୍ୟ ବୃଦ୍ଧି ପାଇଛି । ଦୁଇ ବର୍ଷ ପୂର୍ବେ ଏହା ୭,୮୯୦ ଟଙ୍କା ଠାରୁ ୭,୯୮୭ ଟଙ୍କାକୁ ବୃଦ୍ଧି ପାଇଛି ।

ବାଇକ୍ ପାଇଁ ବର୍ଦ୍ଧିତ ଦର:

ସେହିପରି ଦୁଇଚକିଆ ଗାଡି ଗୁଡିକର ଇନସ୍ୟୁରାନ୍ସ ଦରରେ ମଧ୍ୟ ବୃଦ୍ଧି କରାଯାଇଛି । ଜୁନ୍ ପହିଲାରୁ ୧୫୦ ସିସି ରୁ ୩୫୦ ସିସି ବାଇକ୍ ଗୁଡିକର ପ୍ରିମିୟମ୍ ୧୩୬୬ ଟଙ୍କା ହେବ। ସେହିପରି ୩୫୦ ସିସିରୁ ଅଧିକ କ୍ଷମତା ସମ୍ପନ୍ନ ବାଇକ୍ ଉପରେ ୨୮୦୪ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.