Below header

ବନ୍ଦ ଘର ଭିତରେ ୧୫ଦିନ ହେଲା ଭୋକିଲା ରହିଛି ପୋଷା କୁକୁର, ମାଲିକର ଦେଖାନାହିଁ

ନିଜେ ପାଳିଥିବା ପୋଷା କୁକୁରକୁ ଖାଇବାକୁ ପିଇବାକୁ ନଦେଇ ଦୀର୍ଘ ୧୫ ଦିନ ହେବ ଘର ଭିତରେ ତାଲା ପକାଇ କୁଆଡେ ଚାଲିଯାଇଛନ୍ତି ମାଲିକ । ଏଭଳି ଅଭାନୀୟ ଘଟଣା ଏବେ ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

ଜଳେଶ୍ୱର (କେନ୍ୟୁଜ):  କିଛି ଲୋକ ନିଜ ଘରେ ପୋଷା କୁକୁର,ବିଲେଇ ରଖିବାକୁ ବହୁତ ଭଲ ପାଆନ୍ତି । ଘରର ଅନ୍ୟ ସଦସ୍ୟ ମାନଙ୍କ ଭଳି ସେମାନଙ୍କୁ ଭଲ ପାଇବା ଦିଅନ୍ତି । ତାଙ୍କର ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତି । କହିବାକୁ ଗଲେ ଘରର ସୁଖ ଦୁଃଖ ଭଲ ମନ୍ଦ ସବୁ ପରିସ୍ଥିତିରେ ଘରର ସଦସ୍ୟ ଭଳି ରହିଥାନ୍ତି ପୋଷା ଜୀବ ମାନେ । ହେଲେ ଆଜିର ଘଟଣା ସେହି ପଶୁ ପ୍ରେମୀ ମାନଙ୍କୁ ବହୁତ ଆଘାତ ପହଁଚାଇବ ।

ତେବେ ଗୋଟେପଟେ କିଛି ଲୋକ ପଶୁପକ୍ଷୀମାନଙ୍କୁ ଖୁବ୍ ଭଲପାଇଥାନ୍ତି ତ ଅପରପକ୍ଷେ ଏମିତି କିଛି ଲୋକ ଆମ ସମାଜରେ ଅଛନ୍ତି, ଯେଉଁମାନେ ପଶୁଙ୍କ ପ୍ରତି କ୍ରୁର ଆଚରଣ କରିଥାନ୍ତି । ଏହିଭଳି ଅନେକ ଖବର ମଝିରେ ମଝିରେ ସାମ୍ନାକୁ ଆସିଥାଏ । ତେବେ ମଣିଷର ଏଭଳି ଆଚରଣ ବେଳେବେଳେ ଏତେ ସୀମା ଟପିଯାଏ ଯେ ଶେଷରେ ନିରୀହ ପଶୁଟିର ଅକାଳରେ ପ୍ରାଣ ମଧ୍ୟ ଚାଲିଯାଇଥିବାର ନିଜିର୍ ରହିଛି ।

ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ନିଜେ ପାଳିଥିବା ପୋଷା କୁକୁରକୁ ଖାଇବାକୁ ପିଇବାକୁ ନଦେଇ ଦୀର୍ଘ ୧୫ ଦିନ ହେବ ଘରର ଭିତରେ ତାଲା ପକାଇ କୁଆଡେ ଚାଲିଯାଇଛନ୍ତି ମାଲିକ ଜଣକ । ଏଭଳି ଅଭାନୀୟ ଘଟଣା ଏବେ ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଦୁଇଟି ବିଲାତି କୁକୁରଙ୍କୁ ଦୀର୍ଘ ୧୫ ଦିନ ଧରି ଘରେ ତାଲା ପକାଇ କେଉଁଆଡେ ଚାଲି ଯାଇଛନ୍ତି ଘରର ମାଲିକ । ଅଖିଆ ଅପିଆ ରହି ଏହି କୁକୁରଙ୍କର ଅବସ୍ଥା ଯାହା ଆପଣ ଦେଖିଲେ ଜାଣିପାରିବେ । ଅତି ଶୋଚନୀୟ । ତେବେ ଆଜି କୁକୁର ବହୁ ସମୟ ଧରି ଭୋକିବା ପରେ ସ୍ଥାନୀୟ ଲୋକେ ଝରକା ପଟେ କିଛି ଖାଦ୍ୟ ଏବଂ ପାଣି ଦେଇଛନ୍ତି ।

ଯାହା ଖବର ମିଳିଛି କି, ମୋହିତ ଦାସ ନାମକ ଜଣେ ଯୁବକ କମର୍ଦ୍ଦା କଲେଜ ଛକରେ ଜନୈକ ଜଣେ ବ୍ଯକ୍ତିଙ୍କ ଘରେ ଭଡା ନେଇ ରହୁଥିଲେ । ହେଲେ ୧୫ ଦିନ ହେବ ସେ କୁକୁର ଦୁଇଟିକୁ ଘରେ ବାନ୍ଧି ଦେଇ କେଉଁଆଡେ ଚାଲି ଯାଇଛନ୍ତି । ଯାହା ଫଳରେ ଦୁଇଟି ଯାକ କୁକୁର ଖାଇବାକୁ ନପାଇ ରୋଗୀଣା ହୋଇଯିବା ସହ ଘର ଭିତରେ ହିଁ ମଳତ୍ଯାଗ କରୁଛନ୍ତି । ତେଣୁ ଖୁବଶୀଘ୍ର ଏହି ଅହୁକା ପଶୁଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ଉଚିତ୍ ସ୍ଥାନରେ ନେଇ ଛାଡିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ ।

ଧିରେ ଧିରେ ହଜିବାକୁ ବସିଲାଣି ମାନବିକତା । ପୋଷା କୁକୁର ପାଳିବାକୁ କି ତାର ସୁରକ୍ଷା ନେବାକୁ ଯଦି ସମୟ ନାହିଁ , ତେବେ କିଏ କହୁଛି ରଖିବାକୁ ଆଉ ଏଭଳି ଦୟନୀୟ ଅବସ୍ଥାରେ ଅଖିଆ ଅପିଆ ଘରେ ବାନ୍ଧିଦେଇ ଚାଲିଯିବାକୁ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.