ବିହାର: ବିଜେପିକୁ ଝଟକା, ସୁଶୀଲ ମୋଦିଙ୍କୁ କ୍ୟାନସର, ଟ୍ଵିଟ କରି ଜଣାଇଲେ ଦୁଃଖ

ଗତ ୬ ମାସ ହେଲାଣି କ୍ୟାନସର ସହିତ ଲଢୁଛନ୍ତି ସୁଶୀଲ ମୋଦି । ଏବେ ଲୋକଙ୍କୁ କହିବାର ସମୟ ଆସିଯାଇଛି । ଲୋକସଭା ନିର୍ବାଚନରେ କିଛି କରିପାରିବି ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ସବୁକିଛି କହିଦେଇଛି । ବିହାର ଏବଂ ପାର୍ଟି ପ୍ରତି ସବୁବେଳେ କୃତଜ୍ଞ ଏବଂ ସମର୍ପିତ ରହିବି ।

ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନସର ହୋଇଛି । ଗତ ୬ ମାସ ହେବ କ୍ୟାନସର ସହିତ ସଂଘର୍ଷ କରୁଛନ୍ତି ବୋଲି ଟ୍ଵିଟ କରି ଜଣାଇଛନ୍ତି । ସେ ଟ୍ଵିଟ କରି କହିଛନ୍ତି, ଗତ ୬ ମାସ ହେଲାଣି କ୍ୟାନସର ସହିତ ଲଢୁଛି । ଏବେ ଲୋକଙ୍କୁ କହିବାର ସମୟ ଆସିଯାଇଛି । ଲୋକସଭା ନିର୍ବାଚନରେ କିଛି କରିପାରିବି ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ସବୁକିଛି କହିଦେଇଛି । ବିହାର ଏବଂ ପାର୍ଟି ପ୍ରତି ସବୁବେଳେ କୃତଜ୍ଞ ଏବଂ ସମର୍ପିତ ରହିବି ।

ସୁଶୀଲ ମୋଦି ଲୋକସଭା ନିର୍ବାଚନ ନ ଲଢିବା ବିହାର ବିଜେପିକୁ ବଡ ଝଟକା ଲାଗିପାରେ । ସେ ବିହାର ବିଜେପିର ଜଣେ ବରିଷ୍ଠ ନେତା । ବିହାରରେ ବିଜେପିକୁ ମଜବୁତ କରିବାରେ ତାଙ୍କର ବଡ ଯୋଗଦାନ ରହିଥିଲା । କ୍ୟାନସର ଯୋଗୁଁ ଏଥର ଲୋକସଭା ନିର୍ବାଚନ ପ୍ରଚାର କରିପାରିବେ ନାହିଁ । ତେଣୁ ପ୍ରଧାନମନ୍ତ୍ରୀଙ୍କୁ ସବୁକିଛି ଜଣାଇଦେଇଛନ୍ତି ।

ବିଜେପି ସୁଶୀଲ ମୋଦିଙ୍କୁ ନିଜର ୨୭ ସଦସ୍ୟୟ ନିର୍ବାଚନ ଘୋଷଣାପତ୍ର ସମିତିରେ ସାମିଲ କରିଛି । ଯାହାର ଅଧ୍ୟକ୍ଷ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ରହିଛନ୍ତି ।

ବିହାରରେ ୪୦ ଲୋକସଭା ସିଟରେ ୧୯ ଏପ୍ରିଲରୁ ଜୁନ ୧ ତାରିଖ ମଧ୍ୟରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ବିଜେପି, ଜେଡିୟୁ, ଚିରାଗ ପାସଓ୍ଵାନ, ଏଲଜେପି, ହମ ଏବଂ ଉପେନ୍ଦ୍ର କୁଶଓ୍ଵାହାଙ୍କ ପାର୍ଟି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.