Below header

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିଶନ ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା, କହିଲେ ନୋଟିସ୍ ଅନୁସାରେ ହାଜର ନହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ମହିଳା କମିଶନ ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା । ପୀଡିତାଙ୍କ ମା’ଙ୍କ ଅଭିଯୋଗ ଅନୁସାରେ ଓଟିଭି ଏମଡିଙ୍କୁ ନୋଟିସ ହୋଇଛି । ପୀଡିତାଙ୍କ ମା ଦେଇଥିବା ଅଡିଓ କ୍ଲିପ ଓ ପେନ ଡ୍ରାଇଭକୁ ନେଇ ତଦନ୍ତ ହେବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।

୨୧ ତାରିଖରେ ଓଟିଭି ଏମଡିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ କରାଯାଇଛି । ଯଦି ହାଜର ନହେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗଣମାଧ୍ୟମର ମୁଖ୍ୟ ହିସାବରେ ଘଟଣା ଚପାଇଦେବାକୁ ଉଦ୍ୟମ କରିଥିବା ନେଇ ପୀଡ଼ିତାଙ୍କ ମାଆ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମହିଳା ଥାନାରେ ହାଜର ହେଲେ ଓଟିଭି ଆଉଟପୁଟ ହେଡ଼ । ନାବାଳିକା ମାଙ୍କ ଅଭିଯୋଗ ଅନୁସାରେ ପଚରାଉଚରା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.