Below header

ଦିଲ୍ଲୀ ହାଇକୋର୍ଟକୁ କେନ୍ଦ୍ର ସରକାରଙ୍କ ଦୃଢୋକ୍ତି, ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିବ ନାହିଁ

ସୋମବାର କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟକୁ ସୂଚନା ଦେଇଛନ୍ତିକି, କୌଣସି ପରିସ୍ଥିତିରେ ବି ସମଲିଙ୍ଗୀ ବିବାହକୁ ଅନୁମତି ଦିଆଯିବ ନାହିଁ । ଭାରତୀୟ ଆଇନ, କାନୁନରେ ଥିବା ନୀତି ନିୟମ ତଥା ଭାରତୀୟ ସମାଜ ଏପରି ବିବାହକୁ ମାନ୍ୟତା ଦିଏନାହିଁ । କକହିରଖିବା ଉଚିତ ହେବକି, ଦିଲ୍ଲୀ ହାଇକୋର୍ଟରେ ହିନ୍ଦୁ ମେରେଜ ଆକ୍ଟ ଓ ସ୍ପେଶାଲ ମେରେଜ ଆକ୍ଟ ଅନୁଯାୟୀ, ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ଯାଚିକା ଉପରେ ଶୁଣାଣି ଜାରି ରହିଛି । ହାଇକୋର୍ଟ ଚିଫ ଜଷ୍ଟିସ ଡ଼ିଏସ ପଟେଲ ଓ ଜଷ୍ଟିସ ପ୍ରତୀକ ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଶୁଣାଣି କରୁଥିବା ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା ଏହି ଯାଚିକାକୁ ବିରୋଧ କରି କହିଛନ୍ତିକି, ଦୁଇଟି ପ୍ରମୁଖ୍ କାରଣ ହେତୁ ସମଲିଙ୍ଗୀ ବିବାହକୁ ମାନ୍ୟତା ଅଥବା ପଞ୍ଜିକରଣ ନେଇ ଅନୁମତି ମିଳିପାରିବ ନାହିଁ ।

delhi 2

ଦିଲ୍ଲୀ ହାଇକୋର୍ଟରେ ଚାଲିଥିବା ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଯୁକ୍ତି ବଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତିକି, ଏପରି ଵିବାହରେ କିଏ ସ୍ୱାମୀ ଓ କିଏ ସ୍ତ୍ରୀ ସେ ନେଇ ନିର୍ଦ୍ଧାରଣ କରାଯାଇପାରିବା ଅସମ୍ଭବ । ଯେବେକି ହିନ୍ଦୁ ବିବାହ ଅଧିନିୟମରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ବାବଦରେ ବର୍ଣ୍ଣିତ ଅଛି । ତେବେ ସମାନ ଲିଙ୍ଗ ଭିତରେ କିପରି ବିବାହ ହୋଇପାରିବ । ଖାଲି ସେତିକି ନୁହେଁ, ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଡିଏନ ପଟେଲ ପୀଠ ଜନହିତ କର ଯାଚିକା ଉପରେ ବି ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତିକି, ଏହା ଦ୍ୱାରା ପ୍ରଭାବିତ ହେଉଥିବା ଲୋକେ ଶିକ୍ଷିତ ହେବା ସହ ଯଦି ଚାହିଁବେ ନିଜେ କୋର୍ଟ ଯାଇପାରିବେ । ଏମିତିରେ ଆମେ ଜନହିତ ଯାଚିକା ଉପରେ କିପରି ଶୁଣାଣି କରିପାରିବୁ ।

ଯେବେକି ଯାଚିକା ଦାୟର କରିଥିବା ଓକିଲ ଅଭିଜିତ ଆୟାର ମିତ୍ର କହିଛନ୍ତିକି, ଏପରି ଏକ ଆଇନକୁ ମଞ୍ଜୁରୀ ଦେବାକୁ ଚାହୁଁଥିବା ବ୍ୟକ୍ତି ସାମ୍ନାକୁ ଆସିବା ପରେ ସମାଜରୁ ସେମାନଙ୍କର ବହିଷ୍କାରର ଭୟ ରହିଥିବାରୁ ଏନେଇ ଜନହିତକର ଯାଚିକା ଦାୟର କରାଯାଇଥିଲା । ତୁଷାର ମେହେଟା କହିଛନ୍ତିକି, ସୁପ୍ରିମ କୋର୍ଟ ପୂର୍ବରୁ ସମଲିଙ୍ଗୀ ବିବାହକୁ ବେଆଇନ ଭାବେ ଘୋଷଣା କରିଥିଲେ । ଦୁଇ ପକ୍ଷଙ୍କୁ ପ୍ରମାଣ ସହ ତଥ୍ୟ ଦାଖଲ କରିବାକୁ ପୀଠ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାର ଆଗାମୀ ଶୁଣାଣି ଆସନ୍ତା ଅକ୍ଟୋବର ୨୧ ତାରିଖରେ କରାଯିବା ନେଇ ସ୍ଥିର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.