T- ସେପଡ୍‌ ଡୁଆଲ ସ୍କ୍ରିନ ସହିତ ଲଞ୍ଚ ହେଲା LG Wing, ଜାଣନ୍ତୁ କ’ଣ ରହିଛି ନୂଆ ଫିଚର୍ସ

LG ପକ୍ଷରୁ ଅନଲାଇନ ଇଭେଣ୍ଟ ମାଧ୍ୟମରେ ଏକ ଭିନ୍ନ ପ୍ରକାରର ସ୍ମାର୍ଟଫୋନ LG wing କୁ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ T- ସେପଡ୍‌ ଭଳି। ଏଥିରେ ଗୋଟେ ନୁହେଁ ଦୁଇଟି ସ୍କ୍ରିନ ରହିଛି। ଫ୍ଲୋଡେବଲ ଡିସପ୍ଲେ ଯୁକ୍ତ ସ୍ମାର୍ଟଫୋନ ମାର୍କେଟରେ ରହିଛି କିନ୍ତୁ ଏହିT- ସେପଡ୍‌ ର ଏହା ପ୍ରଥମ ହ୍ୟାଣ୍ଡସେଟ। ଏହାକୁ ଲୋକେ କେତେ ପସନ୍ଦ କରିବେ ତାହା ବିକ୍ରି ହେବା ପରେ ଜଣାପଡିବ। କିନ୍ତୁ ଏହି ନୂଆ ଫୋନଟି ଅନ୍ୟ ସମସ୍ତ ସ୍ମାର୍ଟଫୋନ ଠାରୁ ସଂପୂର୍ଣ୍ଣ ଭିନ୍ନ।

ଏଥିରେ ଦିଆଯାଇଥିବା ସେକେଣ୍ଡରୀ ଡିସପ୍ଲେ ୯୦ ଡିଗ୍ରୀରେ ରୋଟେଟ୍‌ କରିଥାଏ।T- ସେପଡ୍‌ ସ୍ମାର୍ଟଫୋନରେ ଆପଣ ଗୋଟେ ସ୍କ୍ରିନରୁ ଭିଡିଓ ଚଲାଉଥିବା ବେଳେ ଅନ୍ୟ ସ୍କ୍ରିନରୁ ଭିଡିଓ କମାଣ୍ଡ ଆକ୍ସେସ କରିପାରିବେ କିମ୍ବା କଲ୍‌ କରିପାରିବେ। ଏହା ସହିତ ଦୁଇଟଇ ଯାକ ସ୍କ୍ରିନରେ ଅଲଗା ଅଲଗା ଆପ୍‌ସ ମଧ୍ୟ ଚଲାଇପାରିବେ। ସାଧାରଣତଃ ଅନ୍ୟ ସ୍ମାର୍ଟଫୋନରେ ଗୋଟେ ସ୍କ୍ରିନରୁ କ୍ୟାମେରା ବ୍ୟବହାର କରିବା ସହିତ ଅନ୍ୟ ସ୍କ୍ରିନରୁ ଗୁଗଲ ମ୍ୟାପ ମଧ୍ୟ ୟୁଜ କରିପାରିବେ।

phone

ଏହି ଫୋନ ସାଉଥ କୋରିଆରେ ଲଞ୍ଚ ହୋଇଛି। ଏହି ଫୋନ ଓରୋରୋ ଗ୍ରେ ଏବଂ ଇଲ୍ୟୁସନ ସ୍କାଏ ରଙ୍ଗ ଭାରିଅଣ୍ଟରେ ମିଳିବ। ୬.୮ ଇଞ୍ଚର ଫୁଲ ଏଚଡି ପ୍ଲସ ସହିତPOLED ଡିସପ୍ଲେ ରହିଛି। ଯହାର ରେସିଓ ୨୦:୫:୯ ରହିଛି ଏବଂ ଦ୍ୱିତୀୟ ଡିସପ୍ଲେ ୩.୯ ଇଞ୍ଚର ସହତOLED ରହିଛି। ଏପର୍ଯ୍ୟନ୍ତ ଫୋନର ମୂଲ୍ୟ ବିଷୟରେ କିଛି ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.