Below header

ରାଗରେ ୭ଟି ଛେଳିକୁ ବିଷ ଦେଇ ମାରିଦେଲେ ଗ୍ରାମବାସୀ, ମଲା ଛେଳିକୁ ଧରି ଥାନାରେ ପହଞ୍ଚିଲେ ମହିଳା

ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଇସିଙ୍ଗା ଗାଁରେ ଘଟିଯାଇଛି । ଏଠାରେ ନିର୍ମାଣ ହେବାକୁ ଥିବା ଗ୍ରାମ୍ୟ ଶିଳ୍ପ ପାର୍କକୁ ବିରୋଧକୁ ନେଇ ୭ଟି ଛେଳିକୁ ବିଷ ଦେଇ ମାରିଥିବା ଅଭିଯୋଗ ହୋଇଛି ।

କାମାକ୍ଷାନଗର (କେନ୍ୟୁଜ): ଗରିବ ଖଟିଖିଆ ଲୋକ ଏମାନେ । ମୂଲ ଲାଗିଲେ ଘର ଚଳେ । ଘରୁ ବାହାରିଲେ ଦୁଇ ପଇସା ରୋଜଗାର କରନ୍ତି । ଆଉ ଯେଉଁଦିନ ମୂଲ ଲାଗିବା ପାଇଁ ଯାଆନ୍ତିନି ଘର ଚୁଲି ଜଳେ ନାହିଁ । ଘରର ଅବସ୍ଥା ଭଲ ନଥିବାରୁ ଜଣେ ମହିଳା କିଛିି ଛେଳି ରଖିଥିଲେ । କିନ୍ତୁ ଗାଁର କିଛି ଲୋକ ତାଙ୍କ ଛେଳିକୁ ମାରି ଦେଇଛନ୍ତି ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଗାଁର ମହିଳାମାନେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

୭ଟି ମଲା ଛେଳି ଧରି ଥାନାରେ ପହଞ୍ଚଥିଲେ କିଛି ମହିଳା । ଆଉ ନ୍ୟାୟ ପାଇଁ କରିଛନ୍ତି ଗୁହାରି । ଛେଳିଗୁଡ଼ିକୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଇସିଙ୍ଗା ଗାଁରେ ଘଟିଯାଇଛି । ଏଠାରେ ନିର୍ମାଣ ହେବାକୁ ଥିବା ଗ୍ରାମ୍ୟ ଶିଳ୍ପ ପାର୍କକୁ ବିରୋଧକୁ ନେଇ ୭ଟି ଛେଳିକୁ ବିଷ ଦେଇ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ବାଇସିଙ୍ଗା ଗାଁରେ ବ୍ଲକ ତରଫରୁ ଏକ ଗ୍ରାମ୍ୟ ଶିଳ୍ପ ପାର୍କ ନିର୍ମାଣ ହେବାକୁ ଥିବା ବେଳେ ଦୀର୍ଘ ଦିନ ହେବ ଏହାକୁ ଗାଁର କିଛି ମହିଳା ଗୋଷ୍ଠି ଗୋଚର ଜାଗାରେ ହେଉଥିବା ନେଇ ବିରୋଧ କରି ଆସୁଥିଲେ। ଏନେଇ ରାସ୍ତା ରୋକ ମଧ୍ୟ କରାଯାଇଥିଲା। ଗାଁରେ ଏକ ପ୍ରକାର ଅଶାନ୍ତି ଲାଗି ରହିଥିଲା । ଏହି ପାର୍କକୁ ସମର୍ଥନ ଦେଇ ଆସୁଥିବା ଗାଁର କିଛି ଲୋକ ଓ ମହିଳା ଗୋଷ୍ଠିଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା ।

ତେବେ ପାର୍କ ନିର୍ମାଣ ପାଇଁ ସମର୍ଥନ ଦେଉଥିବା ଲୋକମାନେ ଆନ୍ଦୋଳନ କରୁଥିବା ମହିଳା ମାନଙ୍କ ଛେଳିକୁ ମାରିଦେବା ପାଇଁ ଧମକ ଦେଉଥିଲେ। ତେବେ ଛେଳି ମାନେ ଉକ୍ତ ସ୍ଥାନରେ ଚରିବାକୁ ଯାଇଥିଲେ । ଏବଂ ଘାଷ ଉପରେ ପଡିଥିବା ବିଷକୁ ଛେଳି ମାନେ ଖାଇଦେବାରୁ ୭ଟି ଛେଳିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମହିଳା ମାନେ କାମାକ୍ଷାନଗର ଥାନାରେ ମୃତ ଛେଳିକୁ ଧରି ପହଞ୍ଚିବା ସହ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରହିଛି ।

ସାମାନ୍ୟ ବଚସା ପାଇଁ ଛେଳି ଗୁଡ଼ିକୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ୭ଟି ଛେଳି ବଞ୍ଚିଥିଲେ ଏ ମହିଳା ଭଲ ଦୁଇ ପଇସା ରୋଜଗାର କରିଥାନ୍ତେ । କିନ୍ତୁ ଛେଳିଙ୍କ ମୃତ୍ୟୁ ପରେ ମହିଳା କେବଳ ନିଜ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.