Below header

ପାରିବାରିକ କଳହ: ୧୩ ବର୍ଷର ଝିଅକୁ ତଣ୍ଟିଚିପି ମାରିଦେଲା ପିଶାଚ ବାପା

ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁରେ ଅଘଟଣ । ଜଣେ ବାପା ନିଜର ୧୩ ବର୍ଷୀୟ ନାବାଳିକା ଝିଅକୁ ତଣ୍ଟି ଚିପି ହତ୍ୟା କରିଛି । ପାରିବାରିକ କଳହକୁ ନେଇ ହତ୍ୟା କରିଥିବା ସନ୍ଦେହ ।

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁରେ ଅଘଟଣ । ଜଣେ ବାପା ନିଜର ୧୩ ବର୍ଷୀୟ ନାବାଳିକା ଝିଅକୁ ତଣ୍ଟି ଚିପି ହତ୍ୟା କରିଛି । ପାରିବାରିକ କଳହକୁ ନେଇ ହତ୍ୟା କରିଥିବା ସନ୍ଦେହ ।

ସୂଚନା ଅନୁଯାୟୀ ଆଜି କେନ୍ଦୁବାହାରା ଗାଁର ଗଜାନନ ମାଝୀ ମଦପିଇ ନିଜ ସ୍ତ୍ରୀ ଗୋପପୁରୀ ମାଝିଙ୍କ ସହ ଗଣ୍ଡଗୋଳ କରିଥିଲା । ଗଣ୍ଡଗୋଳର ସମାଧାନ ପାଇଁ ତାଙ୍କ ନାବାଳିକା ଝିଅ ଆସିବାରୁ ବାପା ଗଜାନନ ଉତ୍ୟକ୍ତ ହୋଇ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଧରମବନ୍ଧା ପୋଲିସ ହତ୍ୟାକାରୀ ବାପାକୁ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.