ଆପଣଙ୍କ ଛୁଆର ନୂଆ ନୂଆ ଦାନ୍ତ ଉଠୁଛି କି ? ତେବେ ଯନ୍ତ୍ରଣାରୁ ମୁକ୍ତି ପାଇଁ ଶୀଘ୍ର କରନ୍ତୁ ଏହି କାମ

ଶିଶୁ ବିଶେଷଜ୍ଞମାନଙ୍କ ଅନୁଯାୟୀ, ଛୋଟ ପିଲାମାନଙ୍କର ଦାନ୍ତ ଉଠିବା ଆଗରୁ ଯଦି ଏଭଳି କିଛି ପଦକ୍ଷେପ ନିଆଯାଏ ତେବେ ଯନ୍ତ୍ରଣାରୁ ବହୁ ପରିମାଣରେ ମୁକ୍ତି ମିଳିବ ।

ଯେତେବେଳେ ଛୋଟ ଛୁଆମାନଙ୍କର ପ୍ରଥମ କରି ଦାନ୍ତ ଉଠେ ସେତେବେଳେ ସେମାନଙ୍କୁ ବହୁତ କଷ୍ଟ ହୋଇଥାଏ । ଏହି କାରଣରୁ ଛୁଆମାନେ ବାରମ୍ବାର କାନ୍ଦିଥାନ୍ତି । ଛୁଆମାନଙ୍କର ଏହି ଯନ୍ତ୍ରଣା ଦେଖି ପିତାମାତାମାନେ ବିଚଳିତ ହୋଇପଡନ୍ତି । ତେବେ ଏହି ଯନ୍ତ୍ରଣା ସମୟରେ ଡାକ୍ତରମାନେ କ୍ୟାଲସିୟମ ଏବଂ ଭିଟାମିନ୍ ଡି୩ ନେବାକୁ ପରାମର୍ଶ ଦିଅନ୍ତି । ଶିଶୁ ବିଶେଷଜ୍ଞମାନଙ୍କ ଅନୁଯାୟୀ, ଛୋଟ ପିଲାମାନଙ୍କର ଦାନ୍ତ ଉଠିବା ଆଗରୁ ଯଦି ଏଭଳି କିଛି ପଦକ୍ଷେପ ନିଆଯାଏ ତେବେ ଯନ୍ତ୍ରଣାରୁ ବହୁ ପରିମାଣରେ ମୁକ୍ତି ମିଳିବ । ଯଦି ଆପଣମାନଙ୍କ ଛୁଆର ମଧ୍ୟ ଦାନ୍ତ ଉଠୁଛି ତେବେ ବିଶେଷଜ୍ଞମାନଙ୍କ ଦ୍ୱାରା କୁହାଯାଇଥିବା ଏହି ପଦ୍ଧତିକୁ ଅନୁସରଣ କରିପାରିବେ ।

ମାଲିସ୍ କରିବା ଦ୍ୱାରା ଶିଶୁଙ୍କର କେବଳ ହାଡ ମଜବୁତ ହୁଏ ନାହିଁ ବରଂ ଦାନ୍ତ ଉଠିବା ସମୟରେ ହେଉଥିବା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ । ଏଥିପାଇଁ ଯେତେବେଳେ ବି ଶିଶୁକୁ ମାଲିସ୍ କରୁଛନ୍ତି, ଶିଶୁର ପାଦ ଏବଂ ମୁଣ୍ଡକୁ ଘଷନ୍ତୁ । ଏହା କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବରେ ହୋଇଥାଏ । ଏହା ସହ ଶିଶୁଟି ଯନ୍ତ୍ରଣା ସହିବାକୁ ଶକ୍ତି ପାଏ ।

ଶିଶୁମାନଙ୍କ ପାଇଁ ଭଲ ନିଦ ନିହାତି ଜରୁରୀ । ପିଲାମାନଙ୍କର ଦାନ୍ତ ଉଠିବା ସମୟରେ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଶୋଇବାକୁ ଦିଆଯିବା ଉଚିତ୍ । କାରଣ ଶିଶୁ ଯେତେ ଅଧିକା ଶୋଇଥାଏ ଯନ୍ତ୍ରଣା ସେତେ କମ ହୋଇଥାଏ । ଦାନ୍ତ ଉଠିବା ସମୟରେ ଶିଶୁକୁ ନିଦରୁ ଜବରଦସ୍ତ ଉଠାନ୍ତୁ ନାହିଁ ।

ଶିଶୁମାନଙ୍କ ପାଇଁ ମହୁ ବେଶ୍ ଲାଭଦାୟକ ହୋଇଥାଏ । ମହୁ ଖାଇବା ଦ୍ୱାରା ଶିଶୁର ଦାନ୍ତମାଢି ମଜବୁତ ହୁଏ, ତେଣୁ ଛୁଆମାନଙ୍କୁ ମହୁ ଖୁଆଇବା ସହ ଏହାକୁ ସେମାନଙ୍କ ମାଢିରେ ମସାଜ କରନ୍ତୁ ।

ଦାନ୍ତ ଉଠିବା ସମୟରେ ଶିଶୁକୁ ତରଳ ଜିନିଷ ଖାଇବା ପାଇଁ ଦିଅନ୍ତୁ । ଏହି ସମୟରେ କ୍ଷୀରକୁ ଫ୍ରିଜରେ ରଖି ବୋତଲରେ ଭର୍ତ୍ତି କରି ପିଲାଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ଶିଶୁମାନଙ୍କ ମାଢିରେ ଥଣ୍ଡା ଅନୁଭବ ହେବା ସହ କମ ଯନ୍ତ୍ରଣା ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.