Below header

ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା, ଟାଙ୍ଗିଆରେ ଗୋଡାଇ ହାଣିଲେ ୪ ଦୁର୍ବୃତ୍ତ

ରେଢାଖୋଲ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଡିମିରିକୁଦା ଗାଁରେ ଅଭାବନୀୟ ଘଟଣା ।ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ ଗୁଣିଗାରେଡିକୁ ନେଇ ୪ଜଣ ବ୍ୟକ୍ତି ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ରେଢାଖୋଲ (କେନ୍ୟୁଜ) : ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ । ରେଢାଖୋଲ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଡିମିରିକୁଦା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡିକୁ ନେଇ ୪ଜଣ ବ୍ୟକ୍ତି ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଶୁକ୍ରୁ ମାଝୀ ।

ଅଭିଯୋଗ ଅନୁଯାୟୀ ଶୁକ୍ର ମାଝୀ ଘରେ ପୂଜା ପାଠ କରନ୍ତି । ସେହି ଗାଁର ସଞ୍ଜୁ ମାଝୀଙ୍କ ୪ବର୍ଷର ପୁଅର ମୃତ୍ୟୁ ହେରାଇଥିଲା । ଶୁକ୍ର ମାଝୀ ପୂଜା ପାଠ କରଥିବାରୁ ତାଙ୍କୁ ସନ୍ଦେହ କରୁଥିଲେ ସଞ୍ଜୁ । ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଶୁକ୍ରୁ ମାଝୀଙ୍କୁ ଟାଙ୍ଗିଆରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.