‘ଭୋଟର୍‌ ବହୁତ ସ୍ମାର୍ଟ…ସମସ୍ତଙ୍କର ଖାଆନ୍ତି, କିନ୍ତୁ ଭୋଟ୍‌ ତାଙ୍କୁ ହିଁ ଦିଅନ୍ତି ଯାହାଙ୍କୁ ତାଙ୍କର ଦେବାର ଥାଏ’: ନିତିନ ଗଡକରୀ

‘ଭୋଟର ବହୁତ ସ୍ମାର୍ଟ। ସେମାନେ ସମସ୍ତଙ୍କର ଖାଆନ୍ତି, କିନ୍ତୁ ଭୋଟ୍‌ ତାଙ୍କୁ ହିଁ ଦିଅନ୍ତି, ଯାହାଙ୍କୁ ତାଙ୍କର ଦେବାର ଥାଏ’। ଏମିତି କିଛି ମଜାଳିଆ କଥା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ।

‘ଭୋଟର ବହୁତ ସ୍ମାର୍ଟ। ସେମାନେ ସମସ୍ତଙ୍କର ଖାଆନ୍ତି, କିନ୍ତୁ ଭୋଟ୍‌ ତାଙ୍କୁ ହିଁ ଦିଅନ୍ତି, ଯାହାଙ୍କୁ ତାଙ୍କର ଦେବାର ଥାଏ’। ଏମିତି କିଛି ମଜାଳିଆ କଥା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ। ସେ କହିଛନ୍ତି ଯେ ଥରେ ସେ ଘରେ ଘରେ ୧ କିଲୋ ଲେଖାଏ ମଟନ୍ ବାଣ୍ଟିଥିଲେ, ତଥାପି ସେ ନିର୍ବାଚନ ହାରିଯାଇଥିଲେ। କାହିଁକି ନା, ଆଜିର ଭୋଟର ବହୁତ ସଚେତନ। ରବିବାର ଆୟୋଜିତ ମହାରାଷ୍ଟ୍ର ରାଜ୍ୟ ଶିକ୍ଷକ ପରିଷଦ କାର୍ଯ୍ୟକ୍ରମରେ ଯୋଗଦେଇ ଗଡକରୀ ଏହା କହିଛନ୍ତି।

ଗଡକରୀ କହିଛନ୍ତି ଯେ ନିର୍ବାଚନ ସମୟରେ ପ୍ରଚାର ପାଇଁ ବଡ଼ ବଡ଼ ହୋର୍ଡିଂ ଲଗାଯାଇଥାଏ। ଅନେକ ଲୋକ ଭୋଟରଙ୍କୁ ଟଙ୍କା ଖୁଆନ୍ତି। ହେଲେ ମୋର କହିବା ହେଲା, ନିର୍ବାଚନ କେବଳ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇ ଜିତାଯାଇଥାଏ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ ଅନେକ ଲୋକ ତାଙ୍କୁ କୁହନ୍ତି, ଆମକୁ ସାଂସଦ ଟିକେଟ୍ ଦିଅ, ବିଧାୟକ ଟିକେଟ୍‌ ଦିଅ। ନଚେତ୍‌ M.L.C. କରିଦିଅ। ଏହା ନ ହେଲେ ଆୟୋଗ ଦିଅ। ଏ ସବୁ ଯଦି ନ ହେଉଛି, ତେବେ ମେଡିକାଲ କଲେଜ ଦିଅ। ନଚେତ୍‌ ଇଞ୍ଜିନିୟରିଂ କଲେଜ କିମ୍ବା B.Ed କଲେଜ ଦେଇଦିଅ। ଏ ସବୁ ଯଦି ନାହିଁ, ତା’ ହେଲେ ପ୍ରାଇମେରୀ ସ୍କୁଲ ଦିଅ। ଏହାଦ୍ୱାରା ମାଷ୍ଟରଙ୍କ ଅଧା ବେତନ ଆମକୁ ମିଳିଯିବ। ମନ୍ତ୍ରୀ କହିଥିଲେ କି, ଏହାଦ୍ୱାରା ଦେଶ ବଦଳେ ନାହିଁ।