PhonePeରେ ଆସିଲା Income Tax Pay ଫିଚର, Tax Portalରେ ଲଗଇନ କରିବାରୁ ମିଳିବ ମୁକ୍ତି

PhonePe ଏକ ନୂଆ ଫିଚର'Income Tax Payment' ସାମିଲ କରିଛି । ଏହା ସାହଯ୍ୟରେ ଟ୍ୟାକ୍ସପେୟର୍ସମାନେ ନିଜ ଟ୍ୟାକ୍ସର ପେମେଣ୍ଟ କରିପାରିବେ । ଟ୍ୟାକ୍ସପେୟର୍ସମାନଙ୍କୁ ଅଲଗା ଟ୍ୟାକ୍ସ ପୋର୍ଟାଲରେ ଲଗଇନ କରିବାକୁ ପଡ଼ିବ ନାହିଁ । ଏହି ଫିଚରକୁ ଆଣିବାର ଉଦ୍ଦେଶ୍ୟ ଟ୍ୟାକ୍ସପେୟର୍ସମାନଙ୍କୁ ସିମଲେସ ଏକ୍ସପେରିଏନ୍ସ ଦେବା ।

ଭାରତୀୟ ଟ୍ୟାକ୍ସପେୟର୍ସଙ୍କ କାମ ସହଜ କରିବା ପାଇଁ PhonePe ଏକ ନୂଆ ଫିଚର’Income Tax Payment’ ସାମିଲ କରିଛି । ଏହା ସାହଯ୍ୟରେ ଟ୍ୟାକ୍ସପେୟର୍ସମାନେ ନିଜ ଟ୍ୟାକ୍ସର ପେମେଣ୍ଟ କରିପାରିବେ । ଆର୍ଥିକ ବର୍ଷ ୨୦୨୨-୨୩ର ITR ଫାଇଲ କରିବାର ଶେଷ ତାରିଖ ୩୧ ଜୁଲାଇ ପର୍ଯ୍ୟନ୍ତ ରହିଛି । ଏଥିପାଇଁ ୟୁଜର୍ସମାନେ କ୍ରେଡିଟ କାର୍ଡ଼ ବା UPIର ବ୍ୟବହାର କରିପାରିବେ ।

ଇଣ୍ଡିଆନ ଡିଜିଟାଲ ପେମେଣ୍ଟ କମ୍ପାନୀ PhonePeର ଫିଚର ଉଭୟ ପ୍ରକାର ଟ୍ୟାକ୍ସପେୟର ଅର୍ଥାତ ବ୍ୟକ୍ତିଗତ ଏବଂ ବ୍ୟବସାୟକୁ ଆଡଭାନ୍ସ ଟ୍ୟାକ୍ସ ପେ କରିବା ପାଇଁ ସୁବିଧା ଦେବ । ପେଟିଏମ ଭଳି PhonePe ଆପ୍‌ ଭାରତରେ ବହୁତ ବ୍ୟବହାର କରାଯାଏ ।

ଟ୍ୟାକ୍ସପେୟର୍ସମାନଙ୍କୁ ଅଲଗା ଟ୍ୟାକ୍ସ ପୋର୍ଟାଲରେ ଲଗଇନ କରିବାକୁ ପଡ଼ିବ ନାହିଁ । ଏହି ଫିଚରକୁ ଆଣିବାର ଉଦ୍ଦେଶ୍ୟ ଟ୍ୟାକ୍ସପେୟର୍ସମାନଙ୍କୁ ସିମଲେସ ଏକ୍ସପେରିଏନ୍ସ ଦେବା । ଏହି ସୂଚନା PhonePe ଦ୍ୱାରା ଦିଆଯାଇଛି । PhonePe ଏହି ଫିଚର ପାଇଁ PayMate ସହିତ ପାର୍ଟନରସିପ କରିଛି । PayMate ଏକ ଡିଜିଟାଲ B2B ପେମେଣ୍ଟ ଏବଂ ସର୍ଭିସ ପ୍ରୋଭାଇଡର ।

PhonePeରେ ଜାରି କରାଯାଇଥିବା ଫିଚର ସାହାଯ୍ୟରେ ଟ୍ୟାକ୍ସପେୟର୍ସ କ୍ରେଡିଟ କାର୍ଡ଼ ବା UPI ସାହାଯ୍ୟରେ ଟ୍ୟାକ୍ସ ଭରି ପାରିବେ । କ୍ରେଡିଟ କାର୍ଡ଼ ରେ ପେମେଣ୍ଟ କରିବା ଦ୍ୱାରା ୪୫ ଦିନ ପର୍ଯ୍ୟନ୍ତ ଇଣ୍ଟ୍ରେଷ୍ଟ ଫ୍ରି ଆମାଉଣ୍ଟ ମିଳିବ ।

PhonePeର ନୂଆ ଫିଚର କେବଳ ଟ୍ୟାକ୍ସ ପେ କରିବା ପାଇଁ ସୁବିଧା ଦେଇଥାଏ । ଏହାଦ୍ୱାରା ITR ଫାଇଲ କରିହେବ ନାହିଁ । ITR ଫାଇଲିଙ୍ଗ ପାଇଁ ଟ୍ୟାକ୍ସପେୟର୍ସଙ୍କୁ ଅନ୍ୟ ପ୍ରେସେସକୁ ଫୋଲୋ କରିବାକୁ ପଡ଼ିବ ।

ଫୋନପେରେ କିପରି ଭରିବେ ଇନକମ ଟ୍ୟାକ୍ସ
. ଆଣ୍ଡ୍ରଏଡ ଏବଂ iPhoneରେ ଥିବା PhonePe ଆପକୁ ଓପନ କରନ୍ତୁ ।
. ଆପରେ ଦିଆଯାଇଥିବା ‘Income tax’ ଅପ୍ସନ ଉପରେ କ୍ଲିକ କରନ୍ତୁ ।
. ଏଥିରେ ଥିବା ଟ୍ୟାକ୍ସର ଟାଇପ, Assessment year ଏବଂ PAN Card ଡିଟେଲ୍ସ ସିଲେକ୍ଟ କରନ୍ତୁ ।
. ଏହାପରେ ସମସ୍ତ ଟ୍ୟାକ୍ସ ଆମାଉଣ୍ଟ ଏଣ୍ଟର କରନ୍ତୁ, ପରେ ପେମେଣ୍ଟ ମୋଡ ସିଲେକ୍ଟ କରନ୍ତୁ ।
. ଥରେ ପେମେଣ୍ଟ ହେବା ପରେ ଟ୍ୟାକ୍ସ ପୋର୍ଟାଲରେ ଏହା ଓ୍ଵାର୍କିଙ୍ଗ ଡେ ରେ କ୍ରେଡିଟ ହୋଇଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.