କରୋନାକୁ ତଡିବା ପାଇଁ ଗାଁ’ରେ ଯଜ୍ଞ କୀର୍ତ୍ତନ ସହ ନିଆଁ ଝୁଲ ଯାତ୍ରା ଆୟୋଜନ, ହଜାର ହଜାର ଲୋକଙ୍କ ଭିଡ

ଯାଜପୁର ରୋଡ଼ (କେନ୍ୟୁଜ ବ୍ୟୁରୋ): କରୋନା କଟକଣାକୁ ଫୁ କରି ଅୟୋଜିତ ହେଲା ଝୁଲ ଯାତ୍ରା । ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ କରୋନା କଟକଣାକୁ ବେଖାତିର୍ କରି ସାମାଜିକ ଦୁରତା କୁ ଫୁ କଲେ ଏକତ୍ରୀତ ଲୋକେ । ନିଜ ଅଞ୍ଚଳରୁ କରୋନାକୁ ତଡିବା ପାଇଁ ଯଜ୍ଞ କୀର୍ତ୍ତନ ସହ ନିଆଁ ଝୁଲ ଯାତ୍ରା ଆୟୋଜନ କରିଛନ୍ତି ସୁକିନ୍ଦା ବନ୍ଧ ଗାଁ ପଞ୍ଚାୟତ କୋଇଲ ଗାଁ ଲୋକେ ।

ପ୍ରଶାସନ ଓ ପୋଲିସ ଅଜାଣତରେ ଜମିଲା ହଜାର ହଜାର ଲୋକଙ୍କ ଭିଡ । ନାଁ କାହା ମୁହଁରେ ଥିଲା ମାସ୍କ ନାଁ କେହି ମାନୁଥିଲେ କୋଭିଡ କଟକଣାର ନିୟମ । ଅନ୍ଧ ବିଶ୍ବାସ ଯେ ନିଆଁରେ ଚାଲିଲେ ନିଜ ଅଞ୍ଚଳରୁ ଦୂର ହୋଇଯିବ କରୋନା କିନ୍ତୁ ବିଡ଼ମ୍ବନା ସେଠାରେ ଜମିଥିବା ଲୋକଙ୍କ ଭିଡ କରୋନାକୁ ନିମନ୍ତ୍ରଣ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.