Below header

ପ୍ରକାଶ ପାଇଛି ଓଡିଶା ସିଭିଲ ସର୍ଭିସ ରେଜଲ୍ଟ: କରଞ୍ଜିଆ ଉପଖଣ୍ଡରୁ ବାଜି ମାରିଛନ୍ତି ୩ଜଣ

କରଞ୍ଜିଆ (କେନ୍ୟୁଜ): ପ୍ରକାଶ ପାଇଛି ଓଡିଶା ସିଭିଲ ସର୍ଭିସ ରେଜଲ୍ଟ । ଏଥିରେ କରଞ୍ଜିଆ ଉପଖଣ୍ଡରୁ ତିନିଜଣ କୃତିତ୍ୱ ଲାଭ କରିଛନ୍ତି । ଯଶିପୁର ବଜାର ନିକଟ ଭଣ୍ଡାରୀପୋଷୀ କଲୋନୀର ପଙ୍କଜ କୁମାର ମହାନ୍ତ ଓସିଏସ୍‌ ପରୀକ୍ଷାରେ ୧୧ତମ ସ୍ଥାନ ହାସଲ କରିଛନ୍ତି । ପଙ୍କଜଙ୍କ ଏହି ସଫଳତାର ଶ୍ରେୟ ସେ ତାଙ୍କ ପରିବାରକୁ ଦେଇଛନ୍ତି ।

ସେହିପରି କରଞ୍ଜିଆର ପ୍ରଜ୍ଞା ନନ୍ଦନ ଗିରି ୫୦ ର‍୍ୟାଙ୍କ ଓ ପ୍ରୀତିରେଖା ବେହେରା ୧୦୯ ର‍୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଜ୍ଞା ନନ୍ଦନ ଗିରି ବର୍ତ୍ତମାନ କରଞ୍ଜିଆ ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ସହକାରର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି । ଏହି ସଫଳତା ପରେ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.