Below header

ରାଜ୍ୟରେ ୧୯ଶହ ୨୩ କୋଟିର ନିବେଶକୁ ମଞ୍ଜୁରୀ: ମୋଟ୍‌ ୧୦ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛି ରାଜ୍ୟସ୍ତରୀୟ ସିଙ୍ଗଲ୍‌ ଓ୍ଵିଣ୍ଡୋ କ୍ଲିୟରାନ୍ସ ଅଥିରିଟି

ରାଜ୍ୟରେ ୧୯ଶହ ୨୩ କୋଟିର ନିବେଶକୁ ମଞ୍ଜୁରୀ । ମୋଟ୍‌ ୧୦ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛି ରାଜ୍ୟସ୍ତରୀୟ ସିଙ୍ଗଲ୍‌ ଓ୍ଵିଣ୍ଡୋ କ୍ଲିୟରାନ୍ସ ଅଥିରିଟି । ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ବୈଠକରେ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ରାଜ୍ୟରୁ ଆସିବ ୧୯୨୩ କୋଟି ଟଙ୍କାର ନିବେଶ । ୫ହଜାର ୧୭୦ ଜଣଙ୍କୁ ପ୍ରତ୍ୟକ୍ଷ ରୋଜଗାର ମିଳିବ ।

ସମୟାନୁବନ୍ଧିତ କ୍ଷେତ୍ରାୟନ ଓ ଉପଯୁକ୍ତ ବର୍ଜ୍ୟବସ୍ତୁ ପରିଚାଳନା ନିଶ୍ଚିଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡ଼ିକ ଶକ୍ତି, ଅକ୍ଷୟ ଶକ୍ତି, ରସାୟନ, ଆଇଟି ଓ ଇଏସଡିଏମ୍‌, ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ୍‌, ପର୍ଯ୍ୟଟନ ଓ ଭିତ୍ତିଭୂମି ଆଦି କ୍ଷେତ୍ର ସହ ଜଡ଼ିତ । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, କେନ୍ଦୁଝର, ଅନୁଗୋଳରେ ପ୍ରକଳ୍ପର ବିକାଶ ହେବ । ପୁରୀ ନ୍ୟୁ ମେରାଇନ୍‌ ଡ୍ରାଇଭ୍‌ ରୋଡରେ ହେବ ପଞ୍ଚତାରକା ହୋଟେଲ୍‌ ହାୟାତ ରିଜେନ୍ସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.