Below header

ଆନନ୍ଦପୁରରେ ଗୋଟିଏ ଦିନରେ ଘଟିଯାଇଛି ତିନି ତିନିଟି ଅଘଟଣ, ଥରେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ

ଆନନ୍ଦପୁର(କେନ୍ଯୁଜ୍): ଘଷିପୁରା ଥାନା ଜାତୀୟ ରାଜପଥ ୨୦ କୁମଡ ଛକ ନିକଯରେ ସିରିଜ ଦୁର୍ଘଟଣା। ୪ଟି ଟ୍ରକ ପଛକୁ ପଛ ଧକ୍କା ହେବାରୁ ୨ଟି ଟ୍ରକ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ତଳକୁ ଓଲଟି ପଡିଛି। ଏହି ଦୁର୍ଘଟଣାରେ ମୋଟ ୪ ଜଣ ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଭଳି ସିରିଜ ଦୁର୍ଘଟଣା ବାରମ୍ବାର ଏହି ଛକରେ ହେଉଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ଯାନ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

ଅନ୍ଯପଟେ ଆନନ୍ଦପୁର ପୌରପରିଷଦ ୧ ନମ୍ବର ୱାର୍ଡ ପଦ୍ମପୁରରେ ଡ୍ରେନରେ ପଡି ଜଣେ ବ୍ଯକ୍ତିଙ୍କର ମ୍ତ୍ଯୁ ହୋଇଛି। ସୂଚନା ମୁତାବକ ରାମଚନ୍ଦ୍ର ସାହୁ ନାମକ ବ୍ଯକ୍ତି ଘର ସମ୍ମୁଖରେ ଥିବା ଡ୍ରେନ ନିକଟକୁ ପରିସ୍ରା କରିବାକୁ ଯାଇଥିବା ବେଳେ ଅସାବଧାନତା ହେତୁ ଡ୍ରେନରେ ଖସି ପଡିଥିଲେ। ଫଳରେ ଡ୍ରେନର ଉପରି ଭାଗରେ ଥିବା ସ୍ଲାବ ତାଙ୍କ ଉପରେ ଖସି ପଡିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

ସେହିଭଳି ରାମଚନ୍ଦ୍ରପୁର ଥାନା ଅଙ୍ଗାରୁଆ ଗାଁରେ ପୋଖରୀରେ ବୁଡି ଯୁବକ ମୃତ । ଚନ୍ଦନ ଜେନା ନାମକ ଜଣେ ଯୁବକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବସତଃ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଅନେକ ଖୋଜା ଖୋଜି କଲାପରେ ପାରଇରୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.