ବିଶ୍ୱର ପ୍ରଥମ ଦେଶ ଭାବେ ରୁଷିଆ ଆଣିଛି କରୋନା ଟିକା, ଯାହାର ନାଁ ‘ସ୍ପୁଟନିକ୍‌-ଭି’

ରୁଷ: ଆସିଲା ବିଶ୍ୱର ପ୍ରଥମ କରୋନା ଟିକା । ରୁଷ ପକ୍ଷରୁ ପ୍ରଥମ ଟିକା କରାଗଲା ବିକଶିତ । ଏ ନେଇ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ସୂଚନା ଦେଇଛନ୍ତି । ତେବେ ବିଶ୍ୱର ପ୍ରଥମ ଦେଶ ଭାବେ ରୁଷିଆ ଆଣିଛି କରୋନା ଟିକା । ଯେଉଁ ଟିକାର ନାଁ ରଖାଯାଇଛି ସ୍ପୁଟନିକ୍‌-ଭି ।

corona୧୯୫୭ ମସିହାରେ ବିଶ୍ୱର ପ୍ରଥମ ଦେଶ ଭାବେ ରୁଷିଆ ମହାକାଶକୁ ପ୍ରେରଣ କରିଥିବା କୃତ୍ରିମ ଉପଗ୍ରହର ନାଁ ଥିଲା ସ୍ପୁଟନିକ୍‌-୧ । ଏହି ନାଁ ଅନୁସାରେ ଭାକ୍‌ସିନ୍‌ର ନାମକରଣ କରାଯାଇଥିବା ଜଣାପଡ଼ିଛି । ରୁଷିଆର ଗମାଲିୟା ରିସର୍ଚ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ଏହି ଟିକାର ବିକଶିତ କରାଯାଇଛି । ଋଷର ଏହି ଘୋଷଣା ପରେ କରୋନା ଲଢ଼େଇରେ ନୂଆ ଆଶା ସଞ୍ଚାର ହୋଇଛି । ଖୁବ ଶୀଘ୍ର ଟିକାର ଉତ୍ପାଦନକୁ ବ୍ୟାପକ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.