Below header

କରୋନା ଟିକାର କିଭଳି କରାଯିବ ବଣ୍ଟନ, ଏନେଇ ଆଜି ବସିବ ବୈଷୟିକ କମିଟି ବୈଠକ

କରୋନା ମହାମାରୀ ବିରୋଧରେ ଯୁଦ୍ଧ ପାଇଁ ରଣନୀତି । କେମିତି ହେବ ଭାରତରେ ଟିକାର ପ୍ରୟୋଗ? କିଭଳି କରାଯିବ ଏହାର ବଣ୍ଟନ । ଏନେଇ ଆଜି ଟିକା ପରିଚାଳନା ପାଇଁ ବସିବ ବୈଷୟିକ କମିଟି ବୈଠକ । ନୀତି ଆୟୋଗ କମିଟି ସଦସ୍ୟ ଡ. ଭିକେ ପଲ୍‌ଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କୋଭିଡ ୧୯ ଟିକାର ଉତ୍ପାଦନ ଓ ସୁବଣ୍ଟନ ପାଇଁ ଏହାର ସୁବ୍ୟବସ୍ଥା କରିବାକୁ ଏବଂ ନୀତିଗତ ଦୃଷ୍ଟିକୋଣ ନେଇ ଏଥିରେ ଆଲୋଚନା ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

vaccine coronaଏହି କମିଟିରେ ସମସ୍ତ ରାଜ୍ୟ ସରକାର ଓ ଟିକା ଉତ୍ପାଦନକାରୀ ସଂସ୍ଥା ଭଳି ଅଂଶୀଦାର ଉପସ୍ଥିତ ରହିବେ । କୋଭିଡ ଭୂତାଣୁ ଧ୍ୱଂସ କରିବାକୁ ଭାରତ ୩ଟି ଭାକ୍‌ସିନ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ ଚଳାଇଛି । ଭାରତ ବାୟୋଟେକର କୋଭାକ୍‌ସିନ ଓ ଜାଇଡସ କାଡିଲାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ଏହାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଆଇସିଏମର ପକ୍ଷରୁ କୁହାଯାଇଛି। ଅନ୍ଯପଟେ  ତୃତୀୟ ଟିକା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଅକ୍ସଫୋର୍ଡ ଭାକ୍‌ସିନର ଫେଜ-୨ ପରୀକ୍ଷଣ ଶେଷ ହୋଇଛି । ଆସନ୍ତା ସପ୍ତାହକ ମଧ୍ୟରେ ୧୭ଟି ସ୍ଥାନରେ ଏହାର ଫେଜ ୩ ଟ୍ରାଏଲ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.