Below header

ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ, ପୁରୀ, ସୁନ୍ଦରଗଡ଼ ଓ ତାଳଚେରରେ ହେବ କାର୍ଯ୍ୟକ୍ଷମ

କେନ୍ୟୁଜ୍ (ବ୍ୟୁରୋ) : ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ। ପୁରୀ, ସୁନ୍ଦରଗଡ଼ ଓ ତାଳଚେରରେ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ। ପୁରୀରେ ଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲ, ସୁନ୍ଦରଗଡ଼ରେ ମେଡିକାଲ କଲେଜ ଓ ହସପିଟାଲ ସୁନ୍ଦରଗଡ଼ ଏବଂ ତାଳଚେରରେ ମହାନଦୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍‌ସେସ ଆଣ୍ଡ ରିସର୍ଚ୍ଚ ସେଣ୍ଟର କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

୨୦୨୧-୨୨ ଶିକ୍ଷାବର୍ଷରୁ ଏହାକୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ମେଡିକାଲ କଲେଜଗୁଡ଼ିକର ସିଟ ସଂଖ୍ୟା ଶହେ ରହିବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହାର ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରଷ୍ଟ ଜରିଆରେ ଏଗୁଡ଼ିକ କାର୍ଯ୍ୟ କରିବା ବୋଲି ହସପିଟାଲ ଓ ମେଡିକାଲ କଲେଜର ସମୀକ୍ଷା ନେଇ ଅସିତ ତ୍ରିପାଠୀ ଏହା କହିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.