Below header

ତାତିରୁ ସାମୟିକ ଆଶ୍ୱସ୍ତି ଦେଇଛି କାଳବୈଶାଖୀ, ଆଗାମୀ ୪ ଦିନ ପାଇଁ ରାଜ୍ୟରେ ଏଭଳି ପାଗ ଲାଗି ରହିବ

ସନ୍ଧ୍ୟାରେ ପ୍ରଭାବ ଦେଖାଉଛି କାଳବୈଶାଖୀ । ଆଗାମୀ ୪ ଦିନ ପାଇଁ ରାଜ୍ୟରେ ଏଭଳି ପାଗ ଲାଗି ରହିବ । ଏହି ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ୪ ଦିନ ଭିତରେ ରାଜ୍ୟର କିଛି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ ।

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ତାତିରୁ ସାମୟିକ ଆଶ୍ୱସ୍ତି ଦେଇଛି କାଳବୈଶାଖୀ । ଗତ ୨-୩ ଦିନ ହେବ ରାଜ୍ୟରେ ବିଭିନ୍ନ ସ୍ଥାନରେ ହୋଇଛି ଝଡ଼ବର୍ଷା । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହୋଇଛି । ଫଳରେ ଗରମ ଓ ଗୁଳୁଗୁଳିରୁ ମିଳିଛି ଆଶ୍ୱସ୍ତି । ଦିନରେ ତାତି । ସନ୍ଧ୍ୟାରେ ପ୍ରଭାବ ଦେଖାଉଛି କାଳବୈଶାଖୀ । ଆଗାମୀ ୪ ଦିନ ପାଇଁ ରାଜ୍ୟରେ ଏଭଳି ପାଗ ଲାଗି ରହିବ । ଏହି ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ୪ ଦିନ ଭିତରେ ରାଜ୍ୟର କିଛି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ ।

ସେହିପରି ବିଜୁଳି ଘଡ଼ଘଡ଼ି ସହ କିଛି ସ୍ଥାନରେ ବର୍ଷା ସମ୍ଭାବନା ବି ରହିଛି । ଆଜି ପାଇଁ ଝଡ଼ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଜୁଳି ଓ ଘଡ଼ଘଡ଼ି ବି ମାରିବ । ସେଥିରୁ ୧୪ଟି ଜିଲ୍ଲାର କିଛି ସ୍ଥାନରେ ୪୦-୫୦ କିଲୋମିଟର ବେଗରେ ବହିପାରେ ପବନ । ଆସନ୍ତାକାଲି ୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.