Below header

ନୂଆ ପାର୍ଲାମେଣ୍ଟ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମନ୍ତ୍ରୋଚାରଣରେ ପ୍ରକମ୍ପିତ ହେଉଛି ପରିବେଶ

ଗଣତନ୍ତ୍ରର ନୂଆ ମନ୍ଦିର ଆଜି ଉଦଘାଟିତ ହେବ । ବହୁ ପ୍ରତୀକ୍ଷିତ ନୂଆ ପାର୍ଲାମେଣ୍ଟ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

କେନ୍ୟୁଜ୍(ବ୍ୟୁରୋ): ଝଲୁସୁଛି ନୂଆ ସଂସଦ ଭବନ । ଗଣତନ୍ତ୍ରର ନୂଆ ମନ୍ଦିର ଆଜି ଉଦଘାଟିତ ହେବ । ବହୁ ପ୍ରତୀକ୍ଷିତ ନୂଆ ପାର୍ଲାମେଣ୍ଟ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବୈଦିକ ରୀତିନିତି ଓ ମନ୍ତ୍ରୋଚାରଣରେ ଏହାର ଉଦଘାଟନ କରାଯିବ । ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଛି । ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସକାଳ ସାଢ଼େ ୭ଟାରୁ ଯଜ୍ଞ ଓ ପୂଜା ଆରମ୍ଭ ହୋଇଛି । ବିଭିନ୍ନ ଧର୍ମଗୁରୁ ଏଥିରେ ଉପସ୍ଥିତ ରହିବେ । ସକାଳ ୯ଟାରେ ଅନୁଷ୍ଠିତ ହେବ ସର୍ବଧର୍ମ ପ୍ରାଥନା ସଭା ।

 ସକାଳ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ରାଜଦଣ୍ଡ ସେନଗୋଲ୍‌କୁ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ପ୍ରତିଷ୍ଠା କରିବେ । ଗତକାଲି ଏହି ରାଜଦଣ୍ଡକୁ ପ୍ରଧାନମନ୍ତ୍ରୀଙ୍କୁ ଅଧିନମ ମଠ ମହନ୍ତ ହସ୍ତାନ୍ତର କରିଥିଲେ । ମଧ୍ୟାହ୍ନ ୧୨ଟାରେ ନୂଆ ସଂସଦ ଭବନକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ସଂସଦ ଭବନ ଉଦଘାଟନକୁ ବୟକଟ କରିଛନ୍ତି ୨୦ ରାଜନୈତିକ ଦଳ । ସମର୍ଥନ କରିଛନ୍ତି ଏନଡିଏର ୧୮ ସହଯୋଗୀଙ୍କ ସମେତ ୨୫ ପାର୍ଟି । ସେମାନେ ଉଦଘାଟନ ଉତ୍ସବରେ ସାମିଲ ହେଉଛନ୍ତି । ନୂଆ ସଂସଦ ଭବନର ଉଦଘାଟନ ସହ ଆଜି ୭୫ ଟଙ୍କିଆ କଏନ୍‌ର ବି ଶୁଭାରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.