ପ୍ରେମିକା ସହ ବଚସାରୁ ତୁମୂଳକାଣ୍ଡ,ଯୁବତୀଙ୍କ ପରିବାରର ୩ ଜଣଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରି ଦେବାକୁ ଉଦ୍ୟମ କଲା ଯୁବକ

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗାଁରେ ଏହି ଘଟଣା ଘଟିଛି । ନିଆଁ ଲଗାଇ ଦେବାରୁ ପ୍ରେମିକା, ତାଙ୍କ ମାଆ ଓ ଭାଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବଲାଙ୍ଗିର(କେନ୍ୟୁଜ୍): ପ୍ରେମିକର ସାଂଘାତିକ କାରନାମା । ଭଲ ପାଉଥିବା ଝିଅ ସମେତ ତାଙ୍କ ପରିବାରର ୩ ଜଣଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରି ଦେବାକୁ ଉଦ୍ୟମ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗାଁରେ ଏହି ଘଟଣା ଘଟିଛି । ନିଆଁ ଲଗାଇ ଦେବାରୁ ପ୍ରେମିକା, ତାଙ୍କ ମାଆ ଓ ଭାଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ଆହତ ହୋଇଛି ଅଭିଯୁକ୍ତ ସ୍ୱସ୍ତିକ ରମଣ ଦାସ । ତାକୁ ଖପ୍ରାଖୋଲ ମେଡିକାଲେର ଭର୍ତ୍ତି କରାଯାଇଛି ।

ସ୍ୱସ୍ତିକର ଘର ଢେଙ୍କାନାଳରେ । ସେ ଭଲ ପାଉଥିବା ଯୁବତୀ ମାଲପଡ଼ା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ଲାଠୋର ରାଧାକ୍ରିଷ୍ଣ ମନ୍ଦିର ପାଖରେ ଭଡ଼ା ଘରେ ମାଆ ଓ ଭାଇଙ୍କ ସହ ରହୁଥିଲେ । କୌଣସି କାରଣକୁ ନେଇ ପ୍ରେମିକାଙ୍କ ସହ ସ୍ୱସ୍ତିକର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସେ ପ୍ରେମିକାର ଭଡ଼ା ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ୱସ୍ତିକ । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ମାମଲା ରୁଜୁ କରି ଅଧିଖ ଖୋଳତାଡ କରୁଛି ଲାଠୋର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.