Below header

ବୁଲୁଛି ମହାବଳ ବାଘ, ଆନ୍ଧ୍ର-ଓଡିଶା ସୀମାନ୍ତ ଗୁଣୁପୁରରେ ବାଘ ଦେଖିବାକୁ ମଳିଛି

ବୁଲୁଛି ମହାବଳ ବାଘ । ରାୟଗଡା ଜିଲ୍ଲା ଗୁଣୁପୁର ନିକଟ ଆନ୍ଧ୍ର-ଓଡିଶା ସୀମାନ୍ତରେ ବାଘ ବୁଲୁଥିବାର ଦେଖିବାକୁ ମଳିଛି। ଶ୍ରୀକାକୁଲମ ଜିଲ୍ଲା ଭାମିନି ମଣ୍ଡଳ ଅଞ୍ଚଳରେ ବାଘ ବୁଲୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ବୁଲୁଛି ମହାବଳ ବାଘ । ରାୟଗଡା ଜିଲ୍ଲା ଗୁଣୁପୁର ନିକଟ ଆନ୍ଧ୍ର-ଓଡିଶା ସୀମାନ୍ତରେ ବାଘ ବୁଲୁଥିବାର ଦେଖିବାକୁ ମଳିଛି। ଶ୍ରୀକାକୁଲମ ଜିଲ୍ଲା ଭାମିନି ମଣ୍ଡଳ ଅଞ୍ଚଳରେ ବାଘ ବୁଲୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ଏହାକୁ ନେଇ ଉଭୟ ରାଜ୍ୟର ସୀମାନ୍ତ ଗାଁଗୁଡିକରେ ଆତଙ୍କ ଖେଳି ଯାଇଛି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସେଠାରେ ପହଞ୍ଚିଛନ୍ତି ଶ୍ରୀକାକୁଲମ୍ ବନ ବିଭାଗ କର୍ମଚାରୀ ।

ସେହି ଅଞ୍ଚଳ ପରିଦର୍ଶନ କରିବା ସହ ବାଘର ପାଦ ଚିହ୍ନର ସନ୍ଧାନ ପାଇଥିବା ଭାମିନି ମଣ୍ଡଳର ଫରେଷ୍ଟର ରାମାରାଓ କହିଛନ୍ତି। ଭାମିନି ମଣ୍ଡଳ ତହସିଲଦାର ଗ୍ରାମବାସୀମାନଂକୁ ଜଙ୍ଗଲକୁ ନଯିବା ଏବଂ ଗୃହପାଳିତ ପଶୁମାନଙ୍କ ନଛାଡିବାକୁ ସତର୍କ କରିଛନ୍ତି । ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଗାଁ ଲୋକଂକୁ ସଚେତନ କରାଯାଇଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ମହାବଳ ବାଘ ଆନ୍ଧ୍ରରେ ରହିଥିବା ଭିଡିଓ ଭାଇରାଲ ହେଉଥିବା କହିଛନ୍ତି ଗୁଣପୁର ଡେପୁଟି ରେଂଜର ନୀଳ ମାଧବ ପାଢ଼ୀ । ସେ କହିଛନ୍ତି ଓଡିଶା ପଟେ କୌଣସି ବିପଦ ନାହିଁ। ସୀମାନ୍ତରେ ପ୍ରତିଦିନ ଯାଞ୍ଚ କରାଯାଉଛି ବୋଲି ସୂଚନା ଦେଇଛନ୍ତି। ଖବରର ସତ୍ୟାସତ୍ୟ ଉପରେ ଆନ୍ଧ୍ର ଅଫିସରଙ୍କ ସହ ଯୋଗାଯୋଗ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଡେପୁଟି ରେଂଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.