ଚନ୍ଦ୍ର ଉପରେ ଲ୍ୟାଣ୍ଡିଂ ପୂର୍ବରୁ ଭାରତରେ ପ୍ରସ୍ତୁତ ହେଲା ଆଉ ଏକ ‘ଚନ୍ଦ୍ରଯାନ-୩’, ତିଆରି କରିବାରେ ଲାଗିଲା ୪୮ ଘଣ୍ଟା

ଚନ୍ଦ୍ରଯାନ-୩ର ସଫଳ ଲଞ୍ଚିଂ ପରେ ଏବେ ଚନ୍ଦ୍ର ଉପରେ ସଫଳ ଲ୍ୟାଣ୍ଡିଂର ଆଶା ରଖିଛନ୍ତି ପ୍ରତ୍ୟେକ ଭାରତୀୟ। ଇସ୍ରୋ ବୈଜ୍ଞାନିକମାନଙ୍କ ମନୋବଳ ବୃଦ୍ଧି ପାଇଁ ଦେଶର ବିଭିନ୍ନ ଜାଗାରେ କାର୍ଯ୍ୟକ୍ରମମାନ ହେଉଛି।

ଚନ୍ଦ୍ରଯାନ-୩ର ସଫଳ ଲଞ୍ଚିଂ ପରେ ଏବେ ଚନ୍ଦ୍ର ଉପରେ ସଫଳ ଲ୍ୟାଣ୍ଡିଂର ଆଶା ରଖିଛନ୍ତି ପ୍ରତ୍ୟେକ ଭାରତୀୟ। ଇସ୍ରୋ ବୈଜ୍ଞାନିକମାନଙ୍କ ମନୋବଳ ବୃଦ୍ଧି ପାଇଁ ଦେଶର ବିଭିନ୍ନ ଜାଗାରେ କାର୍ଯ୍ୟକ୍ରମମାନ ହେଉଛି। ଏହି କ୍ରମରେ ତାମିଲନାଡ଼ୁର ଜଣେ ସୁନା କାରିଗର ଚନ୍ଦ୍ରଯାନ-୩ର ଏକ ମଡେଲ୍‌ ପ୍ରସ୍ତୁତ କରିଛନ୍ତି। ଏହି ମେଡଲ୍‌ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏତିକି ନୁହେଁ, ଉତ୍ତର ପ୍ରଦେଶର ବାରାଣସୀରେ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପାଇଁ ଧାର୍ମିକ କାର୍ଯ୍ୟକ୍ରମମାନ ମଧ୍ୟ ଅନୁଷ୍ଠିତ ହେଉଛି।

ରିପୋର୍ଟ ମୁତାବକ, ତାମିଲନାଡ଼ୁର କୋଏମ୍ବଟୁରରେ ଜଣେ କାରିଗର ୪ ଗ୍ରାମ ସୁନା ବ୍ୟବହାର କରି ୧.୫ ଇଞ୍ଚର ଏକ ଚନ୍ଦ୍ରଯାନ-୩ ମଡେଲ୍‌ ଡିଜାଇନ୍‌ କରିଛନ୍ତି। କାରିଗରଙ୍କ ନାମ ମାରିୟାପ୍ପନ। ସେ କୁହନ୍ତି, ଯେଉଁ ବି କିଛି ଐତିହାସିକ ଘଟଣା ଘଟେ, ସେତେବେଳେ ମୁଁ ସୁନା ବ୍ୟବହାର କରି ଏକ ଛୋଟିଆ ମଡେଲ୍‌ ତିଆରି କରିଥାଏ। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର କ୍ଷଣ।

ମାରିୟାପ୍ପନ କହିଛନ୍ତି, ଚନ୍ଦ୍ରଯାନ-୩ ମିଶନରେ ସାମିଲ ସମସ୍ତ ବେଜ୍ଞାନିକଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇବା ପାଇଁ ମୁଁ ୪ ଗ୍ରାମ ସୁନା ବ୍ୟବହାର କରି ଏହି ମେଡଲ୍‌ ପ୍ରସ୍ତୁତ କରିଛି। ଏହାକୁ ତିଆରି କରିବାରେ ମୋତେ ୪୮ ଘଣ୍ଟା ସମୟ ଲାଗିଛି।

ସେପଟେ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଚନ୍ଦ୍ରଯାନ-୩ର ଲୁନାର ଲ୍ୟାଣ୍ଡର ବିକ୍ରମ ଆସନ୍ତାକାଲି ଅର୍ଥାତ୍‌ ଅଗଷ୍ଟ ୨୩ରେ ଚନ୍ଦ୍ର ଉପରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି। ମିଶନ ସଫଳ ହେବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.