କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମାଓ ପୋଷ୍ଟର

କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମାଓ ପୋଷ୍ଟର । ଚିନ୍ତାଗୁଡା ଡ୍ୟାମ ନିର୍ମାଣକୁ ବିରୋଧ କରି ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ସିପିଆଇ ମାଓବାଦୀ ଶ୍ରୀକାକୁଲମ ଡିଭିଜନାଲ କମିଟି ପକ୍ଷରୁ ପୋଷ୍ଟର ଲଗାଯାଇଛି।

କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମାଓ ପୋଷ୍ଟର । ଚିନ୍ତାଗୁଡା ଡ୍ୟାମ ନିର୍ମାଣକୁ ବିରୋଧ କରି ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ସିପିଆଇ ମାଓବାଦୀ ଶ୍ରୀକାକୁଲମ ଡିଭିଜନାଲ କମିଟି ପକ୍ଷରୁ ପୋଷ୍ଟର ଲଗାଯାଇଛି। ନାରାୟଣପାଟଣା ଥାନା ଚିନ୍ତାଗୁଡ଼ା ଗାଁ ନିକଟ ଝଞ୍ଜାବତି ନଦୀ ଉପରେ ୧୪୦ କୋଟି ଟଙ୍କା ବ୍ୟୟରେ ଡ୍ୟାମ ନିର୍ମାଣ ହେବାକୁ ଯାଉଛି।

ଏହାକୁ ବିରୋଧ କରିଛନ୍ତି ମାଓବାଦୀ । ସ୍ଥାନୀୟ ଅଞ୍ଚଳରେ ମାଓ ପୋଷ୍ଟର ଲଗାଯିବା ପରେ ଭୟର ବାତାବରଣ ଖେଳିଯାଇଛି। ପୋଷ୍ଟର ଲଗାଯିବା ପରେ ତଦନ୍ତ ଚାଲିଛି ବୋଲି କୋରାପୁଟ ଏସପି ଓ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.