୧୨୦୦ ଫୁଟ ଉଚ୍ଚରେ ଝୁଲିଛି ୬ ସ୍କୁଲ ପିଲାଙ୍କ ଜୀବନ, ଉଦ୍ଧାର କାର୍ଯ୍ୟରେ ଲାଗିଛି ସେନା

ପାକିସ୍ତାନର ଖେବର ପଖତୁନଖଓ୍ଵାରେ କେବୁଲ କାରରେ ୬ ଜଣ ସ୍କୁଲ ପିଲାଙ୍କ ସମେତ ୮ ଜଣ ଫସିଛନ୍ତି । ଉଦ୍ଧାର କାର୍ଯ୍ୟରେ ସେନା ଯବାନ ନିୟୋଜିତ ହୋଇଛନ୍ତି । ସ୍କୁଲ ଯିବାକୁ ପିଲାମାନେ ଘାଟି ପାର କରିବା ପାଇଁ କେବୁଲ କାର୍‌ ବ୍ୟବହାର କରନ୍ତି ।

ପାକିସ୍ତାନର ଖେବର ପଖତୁନଖଓ୍ଵାରେ କେବୁଲ କାରରେ ୬ଜଣ ସ୍କୁଲ ପିଲାଙ୍କ ସମେତ ୮ଜଣ ଫସି ରହିଛନ୍ତି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ସେନା ପକ୍ଷରୁ ହେଲିକପ୍ଟର ନିୟୋଜିତ ହୋଇଥିଲା । କିନ୍ତୁ ଅତ୍ୟଧିକ ପବନ ହେଲେ ଅନ୍ୟ ତାରଟି ଛିଣ୍ଡିଯିବା ଭୟ ରହିଥିବାରା ହେଲିକପ୍ଟରକୁ ଫେରାଇ ଦିଆଯାଇଛି । ସ୍ପେଶାଲ ସର୍ଭିସ ଗ୍ରୁପକୁ ଅପରେସନରେ ନିୟୋଜିତ କରାଯାଇଛି । ୧୨୦୦ ଫୁଟ ଉଚ୍ଚରେ କେବୁଲ କାରର ତାର ଛିଣ୍ଡିଯିବା ହେତୁ ଏଭଳି ଅଘଟଣ ଘଟିଛି।

ଖବର ମୁତାବକ, ଖେବର ପଖତୁନଖଓ୍ଵାରେ ଏକ ପାହାଡରେ ସ୍କୁଲ ପିଲା ଘାଟି ପାର ହେବା ପାଇଁ କେବୁଲ କାର ବ୍ୟବହାର କରନ୍ତି । ପାଖାପାଖି ୧୨୦୦ ଫୁଟ ଉପରେ ୬ଜଣ ପିଲା କେବୁଲ କାରରେ ସ୍କୁଲ ଯାଉଥିଲେ। ଏହି ସମୟରେ ଏହା ଅଧାରୁ ଅଟକି ଯାଇଥିଲା। ଏହି କେବୁଲ କାରରେ ୮ଜଣ ଫସି ରହିଛନ୍ତି। ଏମାନେ ପାଖାପାଖି ୫ ଘଣ୍ଟା ଧରି ଫସିଛନ୍ତି । ସ୍ଥିତି ଖରାପ ଯୋଗୁଁ ଜଣେ ବ୍ୟକ୍ତି ବେହୋସ ହୋଇଥିବା କୁହାଯାଉଛି । ସକାଳ ୭ଟାରୁ ଏଭଳି ଘଟଣା ଘଟିଛି । କେବଲ କାର୍‌ ଗୋଟେ ତାରରେ ଝୁଲି ରହିଛି ।

ତେବେ କେବଲ କାର୍‌ ଯେଉଁସ୍ଥାନରେ ଅଟକିଛି, ସେଠାକୁ କେବଳ ହେଲିକପ୍ଟରରେ ଯିବା ସମ୍ଭବ । କିନ୍ତୁ ହେଲିକପ୍ଟର ଫ୍ୟାନର ପବନରେ କେବୁଲ ଝୁଲିଥିବା ଅନ୍ୟ ତାରଟି ଛିଣ୍ଡିଯିବାର ଅଧିକ ସମ୍ଭାବନା ଥିବାରୁ ହେଲିକପ୍ଟରକୁ ଫେରାଇଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.