Below header

ଟିଟିପିଏସ୍‌ ବନ୍ଦ ପ୍ରତିବାଦରେ ଜିଲ୍ଲା ବିଜେଡି ପକ୍ଷରୁ ଆଜି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା

ଅନୁଗୁଳ: ଆଜି ଅନୁଗୁଳ ୧୨ ଘଣ୍ଟିଆ ବନ୍ଦ। ଟିଟିପିଏସ୍‌ ବନ୍ଦ ପ୍ରତିବାଦରେ ଜିଲ୍ଲା ବିଜେଡି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌ ହୋଇଯାଇଛି। ତାଳଚେରର ସମସ୍ତ କୋଇଲା ଖଣି ଗୁଡିକ ମଧ୍ୟ ବନ୍ଦ କରିଦିଆଯାଇଛି। ଫଳରେ କୋଇଲା ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଛି।

ବିଜେଡି କର୍ମୀମାନେ ସକାଳୁ ସକାଳୁ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ଟିଟିପିଏସ ବନ୍ଦ ହୋଇଯିବା ଫଳରେ ହଜାର ହଜାର ଲୋକ ରୋଜଗାର ହରାଇଛନ୍ତି। ସେପଟେ TTPS ପକ୍ଷରୁ ନୂତନ ପ୍ଲାଣ୍ଟ ତିଆରି ନେଇ କୌଣସି ସଠିକ୍‌ ତଥ୍ୟ ପ୍ରଦାନ କରାଯାଉନାହିଁ କି କାମର ଅଗ୍ଗରତି ହେଉନାହିଁ। କେନ୍ଦ୍ର ସରକାର ଏହି ପ୍ଲାଣ୍ଟକୁ ବନ୍ଦ କରି ଘରୋଇକରଣ କରିବାକୁ ଚକ୍ରାନ୍ତ କରୁଥିବା ଜିଲ୍ଲା ବିଜେଡି ଅଭିଯୋଗ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.