Below header

ଶିଶୁ ପୁତ୍ରର ବାପା ହେଲେ ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି

ଭୁବନେଶ୍ବର: ବାପା ହେଲେ ଓଲିଉଡ୍‌ ଅଭ‌ିନେତା ବାବୁସାନ୍‌ ମହାନ୍ତି। ତାଙ୍କ ଧର୍ମପତ୍ନୀ ତୃପ୍ତି ଗତକାଲି ସନ୍ଧ୍ୟାରେ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ବାବୁସାନଙ୍କ ଫ୍ଯାନ୍ସମାନଙ୍କ ଖୁସି କହିଲେ ନସରେ। ପ୍ରଶଂସକମାନେ ଜୁନିଅର୍ ବାବୁସାନ୍‌ ବୋଲି ନବଜାତ ପୁତ୍ରକୁ ଆଶୀର୍ବାଦ କରିଛନ୍ତି। ଏଇ ଖୁସି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବାବୁସାନ୍‌ଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି।

ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ପ୍ରିୟଦର୍ଶିନୀଙ୍କୁ ମଧ୍ଯ ତାଙ୍କ ପ୍ରଶଂସକମାନେ ଜେଜେ ଓ ଜେଜେମା ହେଲେ ବୋଲି ଶୁଭେଚ୍ଛା ଜଣାଇଛନ୍ତି। ତୃପ୍ତିଙ୍କୁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଗତକାଲି ଅସ୍ତ୍ରୋପଚାର କରାଯାଇଥିଲା। ଏବେ ମା ଓ ଶିଶୁ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.