Below header

ବଡମ୍ବା କୁଅଁରପାଳ ପଞ୍ଚାୟତର ଦୁଇ ଗାଁରେ ଭିତରେ ବୋମା ସହ ଗୁଳି ମାଡ ଘଟଣା: ଦୀର୍ଘ ୧୨ ଘଣ୍ଟା ପରେ ହଟିଲା ରାସ୍ତାରୋକ

ନରସିଂହପୁର: ଦୀର୍ଘ ୧୨ ଘଣ୍ଟା ପରେ ହଟିଲା ରାସ୍ତାରୋକ। ଉପଜିଲ୍ଲାପାଳ, ତହସିଲଦାର ଓ ପୋଲିସ ପ୍ରଶାସନ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ମୃତକଙ୍କ ପରିବାରକୁ ସରକାରୀ ସାହାଯ୍ୟ ଦେବାକୁ ଲିଖିତ ପ୍ରତିଶୃତି ଦିଆଯାଇଥିଲା। ସେପଟେ ସ୍ଥାନୀୟ ବିଧାୟକ କଟକ ବଡ ଡାକ୍ତରଖାନାରେ ଆହତ ମାନଙ୍କୁ ଭେଟି ଆଲୋଚନା କରିଥିଲେ।

ଦୁଇ ଗାଁରେ କିପରି ଶାନ୍ତି ଫେରିବ ସେନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସରକାରୀ ଜମିକୁ ନେଇ ଗତକାଲି କଟକ ଜିଲ୍ଲା ବଡମ୍ବା ବ୍ଲକ କୁଅଁରପାଳ ପଞ୍ଚାୟତର ଦୁଇ ଗାଁରେ ବୋମା ସହ ଗୁଳି ମାଡ ହୋଇଥିଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିଲେ । ଏହାପରେ ଗାଁଲୋକେ ମୃତଦେହ ରଖି ରାସ୍ତାରୋକ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.