ବିଧାନସଭା ବଜେଟ୍‌ ଅଧିବେଶନର ଆଜି ଦ୍ୱିତୀୟ ଦିନ, ପ୍ରଶ୍ନକାଳରେ ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ନେଇ ଚାଲିଛି ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍): ବିଧାନସଭା ବଜେଟ୍‌ ଅଧିବେଶନର ଆଜି ଦ୍ୱିତୀୟ ଦିନ। ପ୍ରଶ୍ନକାଳରେ ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ନେଇ ଆଲୋଚନା କରାଯାଉଛି। କୃଷିକ୍ଷେତ୍ରକୁ ଆକୃଷ୍ଟ ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଉଛି। ରାଜ୍ୟରେ ୨୦୧୦ ବେଳକୁ କେତେ ଲୋକ କୃଷି ଉପରେ ନିର୍ଭର କରୁଥିଲେ। ୨୦୧୯ରେ ସେମାନଙ୍କ ସଂଖ୍ୟା କେତେ ହ୍ରାସ ପାଇଛି। ବିଧାନସଭାରେ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ ଉତ୍ତର ରଖିଛନ୍ତି। ୨୦୧୧ରେ ୫୭ଲକ୍ଷ କୃଷି ଉପରେ ନିର୍ଭର କରୁଥିଲେ। ସେଥିରୁ ୩୨.୮୦ ଲକ୍ଷ କୃଷକ ଅଛନ୍ତି। ୨୪.୨୦ ଲକ୍ଷ କୃଷି ଶ୍ରମିକ ଅଛନ୍ତି। ସେପଟେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ନେଇ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ମୁଲତବୀ ନୋଟିସ୍‌ ଅଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.