Below header

ଆପଣ ପିନ୍ଧୁଥିବା ଚପଲ ସହ ଜଡିତ ଆପଣଙ୍କର ସୁଖ ଓ ସମୃଦ୍ଧି, ଜାଣନ୍ତୁ କିପରି

ଜୋତା କିମ୍ବା ଚପଲ ର ସମ୍ବନ୍ଧ କେବଳ ପାଦର ସୁନ୍ଦରତା ବା ସୁରକ୍ଷିତ ରଖିବା ପାଇଁ ହୋଇନଥାଏ ବରଂ ଏହାର ସମ୍ବନ୍ଧ ଭଲପାଇବା, ଟଙ୍କା ଏବଂ ଆପଣଙ୍କ ପ୍ରଗତି ସହ ଜଡିତ। ଜୋତା ପାଦକୁ ସୁରକ୍ଷିତ ରଖିବା ସହ ଭାଗ୍ୟ ପରିବର୍ତ୍ତନ କରିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହାକୁ ପିନ୍ଧିବା ନେଇ ମଧ୍ୟ କିଛି ବାସ୍ତୁ ନିୟମ ରହିଛି। ଯେଭଳି ବାହାରକୁ ପିନ୍ଧି ଯାଉଥିବା ଚପଲ ଘର ଭିତରକୁ ଆଣିବା ଅନୁଚିତ୍। କାରଣ ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ଯଦି ଆପର ଏପରି କରିଥାନ୍ତି ତେବେ ଆପଣଙ୍କ ଘରେ ସର୍ବଦା କଳହ ଲାଗି ରହିଥାଏ। କେବଳ ଏତିକି ନୁହେଁ ଯଦି ଆପଣ ବାହାର ପିନ୍ଧା ଚପଲ ପିନ୍ଧି ଘର ଭିତରକୁ ଆସିଥାନ୍ତି, ତେବେ ଆପର ନିଜ ସହ ରାହୁ ଏବଂ କେତୁଙ୍କ ସହ ଜଡିତ ଥିବା ଦୋଷ ମଧ୍ୟ ଘରକୁ ଆଣିଥାନ୍ତି। ଏହି କାରଣରୁ ସର୍ବଦା ଚପଲ ଘର ବାହାରେ ରଖନ୍ତୁ।

shoesସେହିପରି ଯଦି ଆପଣଙ୍କ କୁଣ୍ଡଳିରେ ଶନିଙ୍କୁ ନେଇ କୌଣସି ଦୋଷ ରହିଛି ତେବେ ଆପଣ ଶନିବାର ଦିନ କଳା ରଙ୍ଗର ଚପଲ କିମ୍ବା ଜୋତା ପିନ୍ଧି ମନ୍ଦିରର ପ୍ରବେଶ ଦ୍ବାର ନିକଯରେ କାଢି ଆସନ୍ତୁ।ଧ୍ୟାନ ରଖିବେ ଏପରି କରିବା ସମୟରେ ବିଲକୁଲ୍ ପଛକୁ ବୁଲି ଚାହିଁବେ ନାହିଁ। ଶନି ଦେବତାଙ୍କ ସହ ଜଡିତ ଏହି ପ୍ରୟୋଗ ଶନିଙ୍କ କାରଣରୁ ହେଉଥିବା ସମସ୍ୟା ଦୂର କରିବା ସହ ନିଶ୍ଚିନ୍ତ ରୂପେ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିଥାଏ। ଯଦି ମନ୍ଦିରରେ ଆପଣଙ୍କ ଚପଲ ଚୋରି ହୋଇଯାଏ, ତେବେ ଆପଣ ମନ ଦୁଖ କରନ୍ତୁ ନାହିଁ। କାରଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏପରି ହେବା ଦ୍ବାରା ଶନି ଦୋଷରୁ ରକ୍ଷା ମିଳିଥାଏ। କୌଣସି ଜରୁରୀ କାମ ଯେପରି ଚାକିରୀ, ଇଣ୍ଟରଭ୍ୟୁ ଏବଂ ପୁଅ ବା ଝିଅର ବିବାହ ସମ୍ପର୍କରେ କଥା ହେବାକୁ ଯିବା ସମୟରେ ଫାଟି ଯାଇଥିବା ଚପଲ ପିନ୍ଧି ଯାତ୍ରା କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଆପଣଙ୍କ ସଫଳତାରେ ବାଧା ଆସିଥାଏ। ସେହିପରି କେବେ ମଧ୍ୟ ଘର ସାମ୍ନାରେ ଚପଲ ରଖନ୍ତୁ ନାହିଁ। କାରଣ ଏପରି କରିବା ଦ୍ବାରା ସୌଭାଗ୍ୟ ଏବଂ ଘରର ସୁଖ- ସମୃଦ୍ଧି ଉପରେ ପ୍ରଭାବ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.