Below header

ଆଜି ହେଉଛି ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ ତଥା ପ୍ରଗତିବାଦୀର ପ୍ରତିଷ୍ଠାତା ସମ୍ପାଦକଙ୍କ ଜନ୍ମ ଜୟନ୍ତୀ

କେନ୍ୟୁଜ୍(ବ୍ୟୁରୋ): ଆଜି ହେଉଛି ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ,  ନୀତି ନୈତିକତା ଆଧାରିତ ସାମ୍ବାଦିକତର ମୂର୍ତ୍ତିମନ୍ତ ପ୍ରତୀକ, ଜଗତସିଂହପୁର ସଂସଦୀୟ ନିର୍ବାଚନ ମଣ୍ଡଳୀର ପ୍ରଥମ ସାଂସଦ ତଥା  ପ୍ରଗତିବାଦୀର ପ୍ରତିଷ୍ଠାତା ସମ୍ପାଦକ, ପ୍ରଦ୍ୟୁମ୍ନ କିଶୋର ବଳଙ୍କ ପବିତ୍ର ଜୟନ୍ତୀ ।

୪ଟି ଅଧିବେସନରେ ଆଜି  ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେଉଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସମାରୋହକୁ ଉଦଘାଟନ କରିଛନ୍ତି । ତାଙ୍କ ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଅମର ଶତପଥୀ, ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇଛନ୍ତି । ତୃତୀୟ ଅଧିବେସନରେ ଜନ ଆନ୍ଦୋଳନ, ସାମ୍ବାଦିକତା ଓ ପ୍ରଦ୍ୟୁମ୍ନ ବଳ ବିଷୟ ବସ୍ତୁ ରହିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ଉପସ୍ଥିତ ରହିବେ ।

ଚତୁର୍ଥ ଅଧିବେସନରେ ରାଜନୀତି ଓ ସାମ୍ବାଦିକତାରେ ପ୍ରଦ୍ୟୁମ୍ନ ବଳଙ୍କ ପ୍ରତିବଦ୍ଧତା ବିଷୟବସ୍ତୁ ଉପରେ ଆଲୋଚନା ହେବ । ଅପରାହ୍ନ ୫ଟା ୩୦ରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ମନ୍ତ୍ରୀ ପ୍ରତାପ ଜେନା ସାମିଲ ହେବେ । କନ୍ଧମାଳ ସାଂସଦ ତଥା ପ୍ରଦ୍ୟୁମ୍ନ ବଳ ମେମୋରିଆଲ ଟ୍ରଷ୍ଟର ଟ୍ରଷ୍ଟି ଡକ୍ଟର ଅଚ୍ୟୁତ ସାମନ୍ତ କାର୍ଯ୍ୟକ୍ରମର ସଭାପତିତ୍ୱ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.