ଗୁହାରୀ ଶୁଣିଲାନି ପ୍ରଶାସନ, ଶେଷରେ ନିଜ ଉଦ୍ୟମରେ ଅସ୍ଥାୟୀ ରାସ୍ତା ତିଆରି କଲେ ଗ୍ରାମବାସୀ

ପଦ୍ମପୁର : ସହର ହେଉ କିମ୍ବା ଗାଁ, ସହଜରେ ଗମନାଗମନ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ସଡକ ନିର୍ମାନ କରୁଛନ୍ତି। ହେଲେ ସ୍ୱାଧିନତାର ଏତେ ବର୍ଷ ପରେ ମଧ୍ୟ ଏମିତି କିଛି ଗାଁ ଅଛି ଯେଉଁଠି ସୁବିଧାରେ ଗମନାଗମନ କରିବା ସାତ ସପନ । ଏପରି ଏକ ଗାଁ ହେଉଛି ପଦ୍ମପୁର ଉପଖଣ୍ଡ ପାକମାଲ ବ୍ଲକ ଚର୍ଦପାଲି ପଂଚାୟତ ଅନ୍ତର୍ଗତ ଲୁହୁରାକୋଟ ଗାଁ । ଯେଉଁଠି ପ୍ରଶାସନ ଅଣଦେଖା କରିଥିବାରୁ ସେଠାକାର ଲୋକମାନେ ନିଜସ୍ୱ ଉଦ୍ୟମରେ ତିଆରି କରିଛନ୍ତି ଅସ୍ଥାୟୀ ରାସ୍ତା ।

ବଣ ପାହାଡ ତଥା ନଦୀ ଘେରା ଏହି ଲୁହୁରାକୋଟ ଗାଁକୁ ଆଜି ପର୍ଯ୍ୟନ୍ତ ଏକ ପକ୍କା ସଡକ ହୋଇପାରିଲା ନାହିଁ । ଏହି ଗାଁର ଲୋକମାନେ ବର୍ଷାଦିନ ଡଙ୍ଗା ଯୋଗେ ନଦୀ ପାର ହୋଇ ବିଭିନ୍ନ ଯାଗାକୁ ଯିବା ଆସିବା କରିଥାନ୍ତି । ଆଉ ଖାଲି ଦିନରେ ନଦୀ ଭିତରେ ପଶି ଯା ଆସ କରିଥାନ୍ତି । ପାହାଡିଆ ରାସ୍ତା ଦେଇ ଛତିଶଗଡକୁ ଯାଇ ପୁଣି ଓଡିଶାକୁ ଫେରିଥାନ୍ତି । ଭଲ ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଂଚି ପାରୁ ନାହିଁ। ଯାହାଫଳରେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ବହୁ କଷ୍ଟ ଭୋଗିବାକୁ ପଡୁଛି ।

road1ବିଭିନ୍ନ ସମୟରେ ପକ୍କା ରାସ୍ତା ପାଇଁ ପ୍ରଶାସନ ପାଖରେ ଗ୍ରାମବାସୀ ଗୁହାରୀ କଲେ ମଧ୍ୟ ପ୍ରଶାସନ ଗାଁ ଲୋକଙ୍କ କଥାମଧ୍ୟ ଶୁଣୁ ନାହିଁ । ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ନଦୀ ମଧ୍ୟରେ ଏକ ଅସ୍ଥାୟୀ ରାସ୍ତା ତିଆରି କରିଛନ୍ତି । ଗାଁ ର ଲୋକମାନେ ଚାନ୍ଦା କରି ତଥା ଶ୍ରମଦାନ କରି ମୋରମ ପକାଇ ଏହି ଅସ୍ଥାୟୀ ରାସ୍ତା ତିଆରି କରିଛନ୍ତି । ଯାହା ଫଳରେ ବର୍ତ୍ତମାନ ସେମାନେ କିଛି ମାସ ସୁବିଧାରେ ଗମନାଗମନ କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.