୮ମ ବୈଠକ ପରେ ଭାରତ-ଚୀନ୍‌ ସୀମାରେ ବିବାଦ ତୁଟାଇବାକୁ ରାଜି ହେଲେ ଦୁଇ ଦେଶ, ଆଲୋଚନା ପରେ ଜଣାଇଲେ ସହମତି

ଭାରତ-ଚୀନ୍‌ ସୀମାରେ ଚାଲିଥିବା ବିବାଦ ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଅଷ୍ଟମ କର୍ପ୍ସ କମାଣ୍ଡରଙ୍କ ଆଲୋଚନା ପରେ ଦୁଇ ଦେଶ ସୀମାରେ ବିବାଦ ତୁଟାଇବାକୁ ରାଜି ହୋଇଛନ୍ତି। ଏନେଇ ଉଭୟ ଦେଶ ତରଫରୁ ବୟାନ ଜାରି କରାଯାଇଛି। ଉଭୟ ଦେଶ ଭୁଲ ବୁଝାମଣା ଦୂର କରି ନିଜ ନିଜ ସେନାଙ୍କୁ ସଂଯମତା ରକ୍ଷା କରିବାକୁ କହିଛନ୍ତି।

ଉଭୟ ପକ୍ଷ ସୈନ୍ୟ ଓ ରାଜନୀତିକ ଚ୍ୟାନେଲ ମାଧ୍ୟମରେ ଆଲୋଚନା କରି ଏହି ସହମତି ପ୍ରଦାନ କରିଛନ୍ତି। ବୈଠକରେ ଚର୍ଚ୍ଚାକୁ ଆଗକୁ ବଢ଼ାଇ ଅନ୍ୟ ବିବାଦଗୁଡ଼ିକୁ ମଧ୍ୟ ସମାପ୍ତ କରିବାକୁ ସହମତି ପ୍ରଦାନ କରିଛନ୍ତି ଭାରତ-ଚୀନ୍‌। ସୀମାରେ ଶାନ୍ତି ବଜାୟ ରଖିବାକୁ ଉଭୟ ଦେଶ ଚେଷ୍ଟା କରିବେ ବୋଲି ଆଲୋଚନାରେ ସମ୍ମତି ଜଣାଇଛନ୍ତି। ଉଭୟ ଦେଶ ମଧ୍ୟ ଖୁବ୍‌ଶୀଘ୍ର ଆଉ ଏକ ବୈଠକ କରିବେ ବୋଲି ଏ ଅବସରରେ ନିଷ୍ପତ୍ତି ହୋଇଛି।

india2

ସୂଚନାଯୋଗ୍ୟ ଯେ ଗତ ୬ ମାସ ଧରି ଚୀନ୍‌ ସୀମାରୁ ସଟେ ପୂର୍ବ ଲଦାଖ ପର୍ଯ୍ୟନ୍ତ ଉଭୟ ଦେଶର ସେନାଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ଜାରି ରହିଛି। ୧୪-୧୫ ଜୁନ୍‌ ରାତିରେ ପୂର୍ବ ଲଦାଖରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଏହି ରକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଚୀନୀ ସେନାଙ୍କ ଜୀବନ ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.