କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ରହିଛି ଏମିତି ଅଜବ ପ୍ରକାର ଅନ୍ଧବିଶ୍ୱାସ, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ଆପଣ ପ୍ରାୟ ସମୟରେ ଦେଖିଥିବେ କି, ଯେତେବେଳେ ବି ବିଲେଇ ରାସ୍ତା କାଟିଥାଏ, ସେତେବେଳେ ରାସ୍ତାରେ ଚାଲୁଥିବା ଲୋକଟିଏ ହଠାତ ଅଟକି ଯାଇଥାଏ। ତେବେ ଏହା ଦେଉଛି ଆମ ଦେଶରେ ଚାଲିଥିବା ଏକ ଅନ୍ଧବିଶ୍ୱାସ। ସବୁବେଳେ ଆମେ ଭାବୁ କି, ଅନ୍ଧବିଶ୍ୱାସ କେବଳ ଆମ ଦେଶରେ ହିଁ ଚାଲୁଥିବ, କିନ୍ତୁ ବାସ୍ତବରେ ସେମିତି କିଛି ନୁହେଁ। ବିଦେଶରେ ମଧ୍ୟ ଏମିତି କିଛି ଅନ୍ଧବିଶ୍ୱାସ ଚାଲିଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ବି ଚକିତ ହୋଇଯିବେ। ଆଜି ଆମେ ଆପଣଙ୍କୁ ବିଦେଶରେ ଚାଲିଥିବା କିଛି ଅନ୍ଧବିଶ୍ୱାସ ବିଷୟରେ କହିବାକୁ ଯାଉଛୁ।

fgv

୧. ୧୯ଶ ଶତାବ୍ଦୀରେ ଫଟୋ ଉଠାଯାଉଥିବା କ୍ୟାମେରାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଅଜବ ଅନ୍ଧବିଶ୍ୱାସ ରହିଥିଲା। ବିଶ୍ୱାସ କରାଯାଉଥିଲା କି, କାହାର ଫଟୋ ଉଠାଇ ତାଙ୍କ ଆତ୍ମାକୁ ବଶୀଭୂତ କରାଯାଇପାରିବ।

୨. ୟୁରେସିୟନ ରାଇନେକକୁ ଦୁନିଆର ସବୁଠୁ ଅଶୁଭ ପକ୍ଷୀ ଭାବେ ଗଣାଯାଉଥିଲା। ୟୁରୋପରେ ଦେଖାଯାଉଥିବା ଏହି ପକ୍ଷୀର ସବୁଠାରୁ ବଡ଼ ଖାସିୟତ ହେଉଛି କି, ଏହା ନିଜର ମୁଣ୍ଡ ସବୁ ଆଡ଼କୁ ବୁଲାଇ ପାରିଥାଏ। କିନ୍ତୁ ଏମିତି ବି କୁହାଯାଏ କି, ରାଇନେକ ଯେଉଁ ବ୍ୟକ୍ତିଙ୍କ ଆଡ଼କୁ ନିଜର ମୁଁହ ବୁଲାଇଥାଏ, ତା’ର ମୃତ୍ୟୁ ହୋଇଥାଏ।

୩. ରୁଷରେ ପକ୍ଷୀର ମଳକୁ ଲୋକେ ଶୁଭ ବୋଲି ମାନନ୍ତି। କୁହାଯାଏ, ଯଦି କୌଣସି ପକ୍ଷୀ ଆପଣଙ୍କ ଜିନିଷ କିମ୍ବା କାର ଉପରେ ମଳତ୍ୟାଗ କରିଦିଏ, ତା’ହେଲେ ଆପଣ ଧନୀ ହୋଇଯିବେ।

fg

୪. ଅନେକ ସ୍ଥାନରେ ଏମିତି ଅନ୍ଧବିଶ୍ୱାସ ରହିଛି କି, ମିରରରେ ମଣିଷର ଆତ୍ମା କଏଦ ହୋଇଯାଇଥାଏ। ଏହି ଭୟ ଯୋଗୁ ଅନେକ ଲୋକ ମିରର ମଧ୍ୟ ଦେଖନ୍ତି ନାହିଁ।

୫. ୧୯ଶ ଶତାବ୍ଦୀରେ ଓପଲ ପଥରକୁ ସବୁଠାରୁ ଅଶୁଭ ପଥର ବୋଲି କୁହାଯାଉଥିଲା। ଏହାକୁ ପିନ୍ଧିଲେ ଭାଗ୍ୟ ଖରାପ ହୋଇଯାଉଥିଲା ବୋଲି ଏକ ଅନ୍ଧବିଶ୍ୱାସ ରହିଥିଲା। ମଧ୍ୟ ଯୁଗୀୟ ଲୋକେ ଏହି ପଥରକୁ ଅଲୌକିକ ଶକ୍ତି ଥିବା ପଥର ବୋଲି ମାନୁଥିଲେ। କୁହାଯାଉଥିଲା ଯେ ଏହି ପଥରକୁ ତେଜପତ୍ରରେ ଗୁଡ଼ାଇ ହାତରେ ରଖିଲେ ଅଦୃଶ୍ୟ ହୋଇଯିବାର ଶକ୍ତି ମିଳିଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.