ବିଜୟ ପରେ ମା’ଙ୍କୁ ମନେ ପକାଇଲେ କମଲା, ଭାବବିହ୍ୱଳ ସ୍ୱରରେ କହିଲେ ଏମିତି କିଛି…..

ଆମେରିକାର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରୀସଙ୍କ ଖୁସିର ଯେମିତି କିଛି ଠିକଣା ନାହିଁ । ନିଜର ଏହି ଐତିହାସିକ ବିଜୟ ପାଇଁ ନିଜ ସମର୍ଥକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କମଳା । ସେ ଏହା ମଧ୍ୟ କହିଛନ୍ତିଯେ, ଏହା ହେଉଛି ଜନତାଙ୍କ ବିଜୟ । ମୋର କିମ୍ବା ବାଇଡେନଙ୍କ ବିଜୟ ନୁହେଁ । ଏହା ହେଉଛି ଆମେରିକାର ଆତ୍ମା ଆଉ ଏକ ସଫଳ ସଂଘର୍ଷର କାହାଣୀ । ସେ ଏହା ମଧ୍ୟ କହିଛନ୍ତି କି, ଆମକୁ ଆଗକୁ ଆହୁରି ଅନେକ କିଛି କରିବାକୁ ପଡିବ ।

ରାଷ୍ଟ୍ରକୁ ନିଜ ପ୍ରଥମ ସମ୍ବୋଧନ ଦେବା ସମୟରେ କମଳା ନିଜ ମା’ ଶ୍ୟାମଳା ଗୋପାଳନଙ୍କୁ ମନେ ପକାଇ ଭାବବିହ୍ଵଳ ବି ହୋଇଯାଇଥିଲେ । ଆଉ ଏହା ବି କହିଥିଲେ ମୁଁ ଆଜି ଯେଉଁ ସ୍ଥାନରେ ପହଞ୍ଚି ପାରିଛି କେବଳ ମାତ୍ର ମୋ ମା’ଙ୍କ ପାଇଁ । ସେ ଏହା ମଧ୍ୟ କହିଥିଲେକି ତାଙ୍କ ମା’ଙ୍କୁ ଯେବେ ମାତ୍ର ୧୯ ବର୍ଷ ବୟସ ହୋଇଥିଲା ସେ ଭାରତ ଛାଡ଼ି ଆମେରିକା ଯାଇଥିଲେ । ଆଉ ବୋଧ ହୁଏ ସେହି ମୁହୂର୍ତ୍ତରେ ହିଁ ସେ ଆମେରିକାର ଗଭୀରତାକୁ ଠିକରେ ବୁଝି ପାରିଥିଲେ । ଆଉ ଏହି ଦେଶ ଏକ ସମ୍ଭାବନାର ଦେଶ ବୋଲି ସେ ଅଙ୍ଗେ ଅଙ୍ଗେ ବୁଝି ନେଇଥିଲେ । ଆଉ ତାଙ୍କରି ଲାଳନ ପାଳନ ପାଇବା ପରେ ମୁଁ ଆଜି ଏହି ସ୍ଥାନରେ ପହଂଚି ପାରିଛି । ତାଙ୍କ ଋଣ ଶୁଝିବା ମୋ ପକ୍ଷରେ କେବେ ବି ସମ୍ଭବ ପର ହେବ ନାହିଁ ।

ନିଜ ପ୍ରଥମ ଅଭିଭାଷଣରେ କମଳା ଏହା ମଧ୍ୟ କହିଛନ୍ତିକି, ଆମେରିକାରେ ବାସ କରୁଥିବା ବୃଦ୍ଧା ମହିଳା, ଅଶ୍ଵେତ ମହିଳା, ଏସିଆନ ହ୍ୱାଇଟ, ଲ୍ୟାଟିନ ଆମେରିକା ବାସିନ୍ଦାଙ୍କ ପାଇଁ କଣ କରାଯାଇପାରିବ ସେ ନେଇ ଚିନ୍ତା କରୁଛି । କମଳା ଏହା ମଧ୍ୟ କହିଛନ୍ତିକି, ଏହି ପଦବୀରେ ପହଂଚିବାରେ ହୁଏତ ସେ ପ୍ରଥମ ମହିଳା ହୋଇପାରନ୍ତି କେବେ ବି ଶେଷ ମହିଳା ନୁହେଁ । ଆଜି ରାତିରେ ଆମେରିକାର ଛୋଟ ରୁ ଛୋଟ ଝିଅ ଟିଏ ନିଶ୍ଚିନ୍ତ ରୂପେ ଅନୁଭବ କରିବ ଆମେରିଆକରେ ସବୁକିଛି ସମ୍ଭବ । ଅନ୍ୟପକ୍ଷରେ, କମଳାଙ୍କ ବିଜୟ ପରେ ତାମିଲ ନାଡ଼ୁର ତିରୁବର ଜିଲ୍ଲାସ୍ଥିତ ତାଙ୍କ ଗାଁ ଥୁଲାସେନ୍ଦ୍ରପୁରମରେ ଉତ୍ସବ ପାଳନ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.