ଆଜି ଆଲୋକର ପର୍ବ ଦୀପାବଳି, ହିନ୍ଦୁ ପରମ୍ପରାରେ ରହିଛି ଅନେକ ମହତ୍ତ୍ୱ

ପୁରୀ(କେନ୍ଯୁଜ୍) : ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ ଉତ୍ସବ । ହିନ୍ଦୁ ପରଂପରାରେ ଆଜି ଦିନର ଅନେକ ମହତ୍ତ୍ୱ ରହିଛି । ଆଜି କାଉଁରିଆ କାଠି ଜାଳି ହିନ୍ଦୁ ମାନେ ବଡବଡୁଆ ଡାକିଥାନ୍ତି । ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ସହ ସିଂହଦ୍ୱାର ସାମ୍ନାରେ କାଉଁରିଆ କାଠି ଜାଳି ବଡବଡୁଆ ଡାକିବାର ପରମ୍ପରା ରହିଛି । ଏଥିପାଇଁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି । ବାଇଶି ପାହାଚରେ ପିଣ୍ଡଦାନ କଲେ ପିତୃପୁରୁଷ ମୋକ୍ଷ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.