Below header

ଦୀପାବଳି ପାଇଁ ଉତ୍ସବ ମୁଖର ପ୍ରସିଦ୍ଧ ଆଖଣ୍ଡଳମଣୀ ପୀଠ

ଭଦ୍ରକ(କେନ୍ଯୁଜ୍) : କାଳୀପୂଜା ପାଇଁ ଭଦ୍ରକ ସହର ଉତ୍ସବମୁଖର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଗହଳି ଜମୁଛି । ମା ଭଦ୍ରକାଳୀ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗତକାଲି ମା ବେଦମାତା ବେଶରେ ଦର୍ଶନ ଦେଇଥିଲେ । ସେହିପରି ମାଙ୍କ ପୀଠରେ ସପ୍ତଦିବଶୀୟ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ମାନସିକଧାରି ମହିଳାମାନେ ମହାଯଜ୍ଞର କଳସ ବୁଡ଼ାଇଛନ୍ତି । ସେହିପରି ଚଳିତ ବର୍ଷ ୧୧ଟି ମଣ୍ଡପରେ ପୂଜା ପାଉଛନ୍ତି ମାଆ । ସୁଉଚ୍ଚ ତୋରଣ ସାଙ୍ଗକୁ ପାଶ୍ୱଦେବାଦେବୀଙ୍କ ମୂର୍ତ୍ତି ବେଶ୍‌ ଆକର୍ଷଣୀୟ ହୋଇଛି ।

ଦୀପାବଳି ପାଇଁ ଉତ୍ସବ ମୁଖର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ

ଅପରପକ୍ଷେ, ଅାଜି ଦୀପାବଳି ପାଇଁ ଉତ୍ସବ ମୁଖର ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ। ଭୋର ୪ଟାରୁ ମନ୍ଦିର ପହୁଡ ଖୋଲାଯାଇ ପ୍ରଥମେ ମଙ୍ଗଳ ଆରତି ଓ ପରେ ବାବାଙ୍କୁ ପହିଲି ଘର୍ଷଣ ଭୋଗ ଲାଗି କରାଯାଇଥିଲା। ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି। ଆଜି ରାତିରେ ଉଠିବ ମହାଦୀପ। ଅନ୍ଧାର ଉପରେ ଆଲୋକର ବିଜୟ ପ୍ରତୀକ ଭାବେ ଏହି ମହାଦୀପ ଉଠିଥାଏ। ତେବେ ଏହି ପରମ୍ପରା ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳିନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.