Below header

ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ଆଜି ପବିତ୍ର ହେରା ପଞ୍ଚମୀ । ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ ରାଗ ଜର୍ଜରିତ ମାଆ ମହାଲକ୍ଷ୍ମୀ ।ସେଠାରେ ମହାଲକ୍ଷ୍ମୀଙ୍କୁ ମହାପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ ଆଦି ସହ ଦହି ପଟି ମଣୋହି ନୀତି ଅନୁଷ୍ଠିତ ହେବ ।

ପୁରୀ (କେନ୍ୟୁଜ):  ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ପଞ୍ଚମ ଦିନ। ଆଜି ହେରା ପଞ୍ଚମୀ। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥଯାତ୍ରାରେ ଆସିଥିବା ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ରାଗ ଜର୍ଜରିତ ହୋଇ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ବାହାରି ଗୁଣ୍ଡିଚା ମନ୍ଦିର ଆସିବେ। ସେଠାରେ ହେରା ପଞ୍ଚମୀ ନୀତି କରାଯିବ। ମାନବୀୟ ଲୀଳା ଭଳି ଏହି ନୀତିରେ ଦେଖିବାକୁ ମିଳେ ପତି ପତ୍ନୀ ଭିତରେ ମାନ ଅଭିମାନ ।

କାହିଁକି ଭାଇ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିର ଆସିଲେ ଓ ତାଙ୍କୁ ସାଙ୍ଗରେ ଆଣିଲେ ନାହିଁ ସେଇ ଅଭିମାନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ରାଗ କରି ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଆସିବେ । ତେବେ ପ୍ରଭୁଙ୍କ ସାକ୍ଷାତ ନପାଇ ନନ୍ଦିଘୋଷ ରଥ ଭାଙ୍ଗି ପୁଣି ଶ୍ରୀମନ୍ଦିରକୁ ଫେରିଯିବେ। ଶ୍ରୀଜୀଉଙ୍କ ରଥଯାତ୍ରାରେ ହେରାପଞ୍ଚମୀ ହେଉଛି ଏକ ଅନନ୍ୟ ପରମ୍ପରା । ଏପଟେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ରୀତିନୀତି ଏବଂ ଦର୍ଶନ ଚାଲିଛି । ଆସନ୍ତାକାଲି ତିନି ରଥକୁ ଦକ୍ଷିଣ ମୋଡ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.