ଆଜିଠୁ ୨ ଦିନିଆ ଇଜିପ୍ଟ ଗସ୍ତରେ ମୋଦି ,କାଇରୋରେ ଅଲ୍‌- ହାକିମ ମସଜିଦ ବୁଲି ଦେଖିବେ

ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨ ଦିନିଆ ଇଜିପ୍ଟ ଗସ୍ତ ଆରମ୍ଭ ହେବ । ଇଜିପ୍ଟକୁ ସରକାରୀ ରାଷ୍ଟ୍ର ଗସ୍ତ ଅବସରରେ ମୋଦି କାଇରୋରେ ଥିବା ଏକାଦଶ ଶତାବ୍ଦୀରେ ନିର୍ମିତ ଅଲ୍‌- ହାକିମ ମସଜିଦ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି। ଏହାବାଦ୍‌ ଇଜିପ୍ଟରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ

ନୂଆଦିଲ୍ଲୀ : ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨ ଦିନିଆ ଇଜିପ୍ଟ ଗସ୍ତ ଆରମ୍ଭ ହେବ । ଭାରତ ଓ ଇଜିପ୍ଟ ଦୁନିଆର ଦୁଇଟି ବୃହତମ ପ୍ରାଚୀନ ସଭ୍ୟତା ଓ ଉଭୟ ଦେଶ ମଧ୍ୟରେ ସମ୍ପର୍କ ୪ ଜହାର ବର୍ଷ ପୁରୁଣା ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଭିନ୍ନ ଢଙ୍ଗରେ ଦେଖୁଛନ୍ତି, ଭାରତୀୟ ରାଷ୍ଟ୍ରଦୂତ ଅଜିତ ଗୁପ୍ତେ । ସମୁଦ୍ର ପଥରେ ଉଭୟ ଦେଶ ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ସମ୍ପର୍କ ରହିଆସିଥିବା ବେଳେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବଳରେ ତାହା ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି ।

ଇଜିପ୍ଟକୁ ସରକାରୀ ରାଷ୍ଟ୍ର ଗସ୍ତ ଅବସରରେ ମୋଦି କାଇରୋରେ ଥିବା ଏକାଦଶ ଶତାବ୍ଦୀରେ ନିର୍ମିତ ଅଲ୍‌- ହାକିମ ମସଜିଦ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି। ଏହାବାଦ୍‌ ଇଜିପ୍ଟରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କାଇରୋରେ ଥିବା ହେଲିଓପୋଲିସ୍‌ ଯୁଦ୍ଧ ସମାଧିସ୍ଥଳ ପରିଦର୍ଶନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.