Below header

ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ, ୧୦୮ ଜଳରେ ସ୍ନାନ ପରେ ହେବ ରାଜ ରାଜେଶ୍ବର ବେଶ

ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ । ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଏକାମ୍ର ଅଧୀଶ୍ବର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ୧୦୮ ତୀର୍ଥ ଜଳରେ ସ୍ନାନ ଅଭିଷେକ ହେବ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ । ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଏକାମ୍ର ଅଧୀଶ୍ବର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ୧୦୮ ତୀର୍ଥ ଜଳରେ ସ୍ନାନ ଅଭିଷେକ ହେବ । ଭୋଗମଣ୍ଡପ ନୀତି ପରେ ୧୦୮ ବଡ଼ୁ ସେବାୟତ ତୀର୍ଥ ପୁଷ୍କରଣୀ ବିନ୍ଦୁସାଗରରୁ ପାଣି କଳସ ଉତ୍ତୋଳନ କରିବାକୁ ଆସିବେ ।

ତୀର୍ଥ ଜଳ ସବୁକୁ ବେହରଣ ମଣ୍ଡପରେ ରଖାଯାଇ ପୂଜାମଣ୍ଡପ ଦ୍ବାରା ଅଧିବାସ ପୂଜା କରାଯିବ । ଏହାପରେ ଶ୍ରୀଜିଉଙ୍କ ସ୍ନାନ କରାଇ ରାଜ ରାଜେଶ୍ବର ବେଶରେ ସଜାଇ ଦିଆଯିବ। ମାଆ ପାର୍ବତୀ ମଧ୍ୟ ଧଳାଛତା ସହିତ ଶ୍ରୀଲିଙ୍ଗରାଜଙ୍କ ନିକଟକୁ ବିଜେ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.