ବକ୍ସିଂରୁ ସନ୍ୟାସ ନେଲେ ଭାରତର କିମ୍ବଦନ୍ତୀ ଖେଳାଳି ମ୍ୟାରି କମ୍

ଆଉ ବକ୍ସିଂ ରିଙ୍ଗରେ ଦିଶିବେନି ଭାରତର ଚାମ୍ପିଅନ୍ ମହିଳା ବକ୍ସର ମେରୀ କମ୍ । ନିଜର ଅଷ୍ଟମ ବିଶ୍ବସ୍ତରୀୟ ପଦକ ଜିତିଥିବା ମେରୀ କମ୍ ବକ୍ସିଂରୁ ଅବସର ଘୋଷଣା କରିଛନ୍ତି ।

ଆଉ ବକ୍ସିଂ ରିଙ୍ଗରେ ଦିଶିବେନି ଭାରତର ଚାମ୍ପିଅନ୍ ମହିଳା ବକ୍ସର ମେରୀ କମ୍ । ନିଜର ଅଷ୍ଟମ ବିଶ୍ବସ୍ତରୀୟ ପଦକ ଜିତିଥିବା ମେରୀ କମ୍ ବକ୍ସିଂରୁ ଅବସର ଘୋଷଣା କରିଛନ୍ତି । ତେବେ ସେ ଅନିଚ୍ଛା ସତ୍ତ୍ବେ ବାଧ୍ୟ ହୋଇ ଅବସର ନେଉଥିବା କହିଛନ୍ତି । କିମ୍ବଦନ୍ତୀ ବକ୍ସର ମେରୀ କମ୍ ୬ଥର ବିଶ୍ବ ଚାମ୍ପିଅନ୍ ହୋଇଥିବା ବେଳେ ୨୦୧୨ ଲଣ୍ଡନ ଅଲିମ୍ପିକରେ ବ୍ରୋଞ୍ଜ ପଦକ ମଧ୍ୟ ଜିତିଥିଲେ । ୬ଟି ବିଶ୍ବ ପଦକ ଜିତିବାରେ ମେରୀ କମ୍ ହେଉଛନ୍ତି ମହିଳା ବକ୍ସିଂର ପ୍ରଥମ ଖେଳାଳି ।

୨୦୧୪ରେ ସେ ଭାରତର ପ୍ରଥମ ମହିଳା ବକ୍ସର ଭାବେ ଏସୀୟ ବକ୍ସିଂ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ । ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏସର ନିୟମ ଅନୁଯାୟୀ ବକ୍ସରମାନେ ୪୦ ବର୍ଷ ବୟସ ପରେ ଆଉ ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ । ତେଣୁ ଅନେକ ରେକର୍ଡ଼ର ଅଧିକାରିଣୀ ମେରୀ କମ୍ ବାଧ୍ୟ ହୋଇ ଅବସର ନେଉଥିବା କହିଛନ୍ତି । ତାଙ୍କୁ ଏବେ ୪୧ ବର୍ଷ ବୟସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.