Below header

ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ରିମାଣ୍ଡର ଆଜି ଶେଷ ଦିନ, ଚୋରା ବନ୍ଧୁକ କାରବାର ନେଇ ପଚରାଉଚରା କରୁଛି କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌

କଟକ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ରିମାଣ୍ଡର ଆଜି ଶେଷ ଦିନ । ଚୋରା ବନ୍ଧୁକ କାରବାର ନେଇ ଅଧିକ ପଚରାଉଚରା କରୁଛି କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌ ।

ଗତକାଲି କଟକ ସିଡିଏ ସେକ୍ଚର ଘରକୁ ଦୁଇ ଭାଇଙ୍କୁ ନେଇ ପୋଲିସ ଜେରା ବେଳେ ଜବତ ହୋଇଥିଲା ୩ଟି ବନ୍ଧୁକ ଏବଂ ଶତାଧିକ ଗୁଳି । ଏହା ପୂର୍ବରୁ ଗତ ୧୦ ତାରିଖରେ ଡି-ବ୍ରଦର୍ସଙ୍କ କଟକ ସ୍ଥିତ ଘର ସିକ୍ରେଟ ଚାମ୍ବରରୁ ମିଳିଥିବା ବିପୁଳ ପରିମାଣର ବନ୍ଧୁକ ଓ ଗୁଳିଗୋଳା । ହତ୍ୟା, ଦାଦାବଟି ଭଳି ଜଘନ୍ୟ ଅପରାଧ ସଂପୃକ୍ତିରେ ୨୦୧୬ରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ଡି-ବ୍ରଦର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.