Below header

ମହାକାର୍ତିକ ବ୍ରତର ଆଜି ନବମ ଦିନ: ସୋମବାର ମଙ୍ଗଳ ଆଳତି ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ

ମହାକାର୍ତିକ ବ୍ରତର ଆଜି ନବମ ଦିନ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତିକ ମାସର ସ୍ୱତନ୍ତ୍ର ନୀତି ଓ ବେଶ ଅନୁଷ୍ଠିତ ହେଉଛି । ଭୋର ୪ଟା ୧୫ରେ ଶ୍ରୀମନ୍ଦିର ଦ୍ୱାର ଖୋଲିବାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି କରାଯାଇଛି ।

ପୁରୀ(କେନ୍ୟୁଜ୍): ମହାକାର୍ତିକ ବ୍ରତର ଆଜି ନବମ ଦିନ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତିକ ମାସର ସ୍ୱତନ୍ତ୍ର ନୀତି ଓ ବେଶ ଅନୁଷ୍ଠିତ ହେଉଛି । ଭୋର ୪ଟା ୧୫ରେ ଶ୍ରୀମନ୍ଦିର ଦ୍ୱାର ଖୋଲିବାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି କରାଯାଇଛି । ପରେ ଅବକାଶ ନୀତି ସହ ମହାପ୍ରଭୁଙ୍କୁ ରାଧାଦାମଦାର ବେଶ ରେ ସଜ୍ଜିତ କରାଯାଇଥିଲା ।

କାର୍ତିକ ସୋମବାର ହୋଇଥିବାରୁ ମଙ୍ଗଳ ଆଳତି ଦର୍ଶନ ପାଇଁ ପ୍ରବଳ ଭକ୍ତ ଓ ହବିଷ୍ୟାଳିଙ୍କ ସମାଗମ ହୋଇଛି । ଏପଟେ ଏକ ମାସ ଧରି ଏହି ବ୍ରତ ପାଳନ କରୁଥିବା ହବିଷ୍ୟାଳୀ ମାନେ ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ସେବନ, ଓ ପୁରାଣ ପାଠ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.