ଲଞ୍ଚ ହେଲା Pocoର ଶସ୍ତା ସ୍ମାର୍ଟଫୋନ, ଫିଚର୍ସ ରହିଛି ଦମଦାର

ପୋକୋର ସି ସିରିଜରେ ଲଞ୍ଚ ହୋଇଥିବା ଏହି ନୂଆ Poco ହେଉଛି ମୋବାଇଲ୍ କମ୍ପାନୀର Poco C55ର ଏକ ଅପଗ୍ରେଡ୍ ଭର୍ସନ, ଯାହା ଅପଗ୍ରେଡ୍ ଫିଚର ସହିତ ଅଣାଯାଇଛି ।

ପୋକୋ କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ନୂଆ ବଜେଟ୍ ସ୍ମାର୍ଟଫୋନ୍ Poco C65 ଲଞ୍ଚ କରିଛି । ପୋକୋର ସି ସିରିଜରେ ଲଞ୍ଚ ହୋଇଥିବା ଏହି ନୂଆ Poco ହେଉଛି ମୋବାଇଲ୍ କମ୍ପାନୀର Poco C55ର ଏକ ଅପଗ୍ରେଡ୍ ଭର୍ସନ, ଯାହା ଅପଗ୍ରେଡ୍ ଫିଚର ସହିତ ଅଣାଯାଇଛି । ସିକ୍ୟୁରିଟି ପାଇଁ ଫୋନ ସାଇଡରେ ଥିବା ପାୱାର ବଟନରେ ଏକ ଫିଙ୍ଗର ପ୍ରିଣ୍ଟ ସେନ୍ସରକୁ ଇଣ୍ଟିଗ୍ରେଟ କରାଯାଇଛି । Poco C65ରେ ଆପଣ କଣ ଖାସ ଦେଖିବାକୁ ପାଇବେ ଏବଂ ଏହି ଡିଭାଇସର ଦାମ କେତେ ରହିଛି ଆସନ୍ତୁ ଜାଣିବା । ଏହି ବଜେଟ୍ ଫୋନର ସମସ୍ତ ଫିଚର୍ସ ଦମଦାର ରହିଛି ।

Poco C65 ଫିଚର୍ସ :
୯୦ Hz ରିଫ୍ରେସ୍‌ ରେଟ ଏବଂ ୬୦୦ ନିଟ୍ସ ପିକ୍‌ ବ୍ରାଇଟନେସ୍‌ ସହିତ ଲଞ୍ଚ ହୋଇଥିବା ଏହି ଦମଦାର ଫୋନ ୬.୭୪ ଇଞ୍ଚର ଡିସପ୍ଲେ ସହ ଆସୁଛି । ସ୍କ୍ରିନର ପ୍ରୋଟେକ୍ସନ ପାଇଁ କମ୍ପାନୀ ଗୋରିଲା ଗ୍ଲାସ ବ୍ୟବହାର କରିଛି । ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ ଏହି ଡିଭାଇସରେ ମିଡିଆଟେକ୍‌ ହେଲିଓ G85 ଚିପସେଟକୁ ବ୍ୟବହାର କରାଯାଇଛି ।

Poco C65ରେ ୮ GB RAM ରହିଛି, କିନ୍ତୁ ଭର୍ଚୁଆଲ୍ RAM ସାହାଯ୍ୟରେ RAM ବଢ଼ାଇ ହେବ । ଫଟୋ ଏବଂ ଭିଡିଓ ସେଭ୍‌ ପାଇଁ ୨୫୬ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଅଛି, ଯାହା ମାଇକ୍ରୋ SD କାର୍ଡ ସାହାଯ୍ୟରେ ବଢ଼ାଇବା ସମ୍ଭବ ।

ଏହି ବଜେଟ୍ ସ୍ମାର୍ଟଫୋନରେ ୫୦୦୦ mAh ବ୍ୟାଟେରୀ ଦିଆଯାଇଛି, ଯାହା ୧୮ ୱାଟ ଫାଷ୍ଟ ଚାର୍ଜକୁ ସପୋର୍ଟ କରେ । କନେକ୍ଟଭିଟି ପାଇଁ ଏହି ବଜେଟ ଫୋନରେ ୩.୫ ମିଲିମିଟର ହେଡଫୋନ ଜ୍ୟାକ୍‌, ୟୁଏସଭି ଟାଇପ୍‌-ସି ପୋର୍ଟ, ବ୍ଲୁଟୁଥ, ୱାଇ-ଫାଇ ଏବଂ NFC ସପୋର୍ଟ ଦିଆଯାଇଛି ।

ପୋକୋ ଏହି ବଜେଟ ସ୍ମାର୍ଟଫୋନକୁ ୩ଟି କଲର ଅପ୍ସନରେ ଯେପରିକି ବ୍ଲୁ, ବ୍ଲାକ୍ ଏବଂ ପର୍ପଲ କଲରରେ ଲଞ୍ଚ କରିଛି । ଫୋନର ଦୁଇଟି ଭାରିଆଣ୍ଟସ୍‌ ଅଛି, ଗୋଟିଏ ୬ GB RAM / ୧୨୮ GB ଷ୍ଟୋରେଜ୍ ଏବଂ ଅନ୍ୟଟି ୮ GB RAM / ୨୫୬ GB ଷ୍ଟୋରେଜ୍ ରହିଛି । ଫିଚର୍ସକୁ ଦେଖିଲେ ଜଣା ପଡ଼ୁଛି ଯେ ବଜେଟ୍ ସେଗମେଣ୍ଟରେ ଗ୍ରାହକଙ୍କ ପାଇଁ ଏହି ଡିଭାଇସ୍ ଲଞ୍ଚ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.