Below header

ବେଲ୍ ମିଳିବ ନା ଜେଲରେ ରହିବେ ଟୁଟୁ ନାୟକ? ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଆଜି ଶୁଣାଣି

ବେଲ୍ ମିଳିବ ନା ଜେଲରେ ରହିବେ ଟୁଟୁ ନାୟକ ? ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହେବ ।

ଭୁବନେଶ୍ୱର (କେନ୍ୟୁଜ୍): ବେଲ୍ ମିଳିବ ନା ଜେଲରେ ରହିବେ ଟୁଟୁ ନାୟକ ? ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହେବ । ଗିରଫ ପରେ ଟୁଟୁ ନାୟକଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲର ୧୨ ନମ୍ବର ୱାର୍ଡରେ ଅନ୍ୟ କଏଦୀଙ୍କ ସହ ରଖାଯାଇଛି ।

ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଓ ମାଡ଼ ମାରିବା ନେଇ ଭୁବନେଶ୍ୱର ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି । ସର୍ବସାଧାରଣରେ ଜଣେ ମହିଳା ସାମ୍ବାଦିକାଙ୍କୁ ମାଡ଼ ନେଇ ଟୁଟୁ ନାୟକଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା।

ମହିଳାଙ୍କୁ ଅସଦାଚରଣ ନେଇ ଆଇପିସିର ଧାରା ୩୫୪, ଅସଭ୍ୟ ଭାଷାରେ ଗାଳିଗୁଲଜ ନେଇ ଧାରା୨୯୪, କିଛି ସମୟ ପାଇଁ ଅଟକାଇବା ନେଇ ଧାରା ୩୪୧ ଓ ଆଘାତ ଦେବା ନେଇ ଧାରା ୩୨୩ରେ ଗିରଫ ହୋଇଛନ୍ତି ଟୁଟୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.