ଆସନ୍ତା ୨୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଇରଙ୍ଗପୁରରେ ପ୍ରସ୍ତୁତି ଜୋରଦାର

ଗସ୍ତର ପ୍ରଥମ ଦିନ ବାରିପଦାରେ ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ କନଫରେନ୍ସରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ! ପରେ ଜନ୍ମମାଟି ରାଇରଙ୍ଗପୁରକୁ ଯିବେ।  ଦ୍ଵିତୀୟ ଦିନ ବାଦାମପାହାଡ଼ ଷ୍ଟେସନରୁ ତିନି ନୂତନ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ । ଶ୍ୱଶୁରଘର ଗାଁ ପାହାଡ଼ପୁରରେ ଦକ୍ଷତା ବିକାଶ କେନ୍ଦ୍ର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି ।

ରାଇରଙ୍ଗପୁର(କେନ୍ୟୁଜ୍):  ମହାମହିମଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର । ଆସନ୍ତା ୨୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜନ୍ମମାଟି ରାଇରଙ୍ଗପୁର ଯିବେ । ରାଷ୍ଟ୍ରପତି ହେବା ପରେ ଜନ୍ମମାଟିକୁ ଏହା ହେବ ତାଙ୍କର ଦ୍ୱିତୀୟ ଗସ୍ତ ।  ଗସ୍ତର ପ୍ରଥମ ଦିନ ବାରିପଦାରେ ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ କନଫରେନ୍ସରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ! ପରେ ଜନ୍ମମାଟି ରାଇରଙ୍ଗପୁରକୁ ଯିବେ।  ଦ୍ଵିତୀୟ ଦିନ ବାଦାମପାହାଡ଼ ଷ୍ଟେସନରୁ ତିନି ନୂତନ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ । ଶ୍ୱଶୁରଘର ଗାଁ ପାହାଡ଼ପୁରରେ ଦକ୍ଷତା ବିକାଶ କେନ୍ଦ୍ର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି । ପରେ SLS ସ୍କୁଲ ପରିଦର୍ଶନ ଓ ରାଇରଙ୍ଗପୁର ସବ ଡିଭିଜନାଲ ପୋଷ୍ଟ ଅଫିସର ଅପଗ୍ରେଡେସନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ ।

ତେବେ ରାଷ୍ଟ୍ରପତି ଭବନରୁ ଏନେଇ କୌଣସି ସୂଚନା ମିଳିନାହିଁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରେଳ ବିଭାଗର ମହାପ୍ରବନ୍ଧକ ଅନିଲ କୁମାର ମିଶ୍ର, ଦକ୍ଷିଣ-ପୂର୍ବ ରେଳବାଇ ଚକ୍ରଧରପୁର ଡିଆରଏମ ଆର ଜେ ରାଠୋର ବାଦାମପାହାଡ଼ ରେଳଷ୍ଟେସନରେ ପହଞ୍ଚି ନିରୀକ୍ଷଣ ଓ ଯାଞ୍ଚ କରିଥିଲେ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ଓ ତଦାରଖ ମଧ୍ୟ କରିଥିଲେ। ଏହି ସମୟରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଓ ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ ମଧ୍ୟ ଉପସ୍ଥିତ ଥିଲେ। ସେପଟେ ଜୋରସୋରରେ ତିଆରି ଚାଲିଛି ସ୍ୱତନ୍ତ୍ର ସର୍କିଟ ହାଉସ ! । ପୂର୍ବରୁ ପ୍ରଥମ ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ରାତ୍ରୀ ରହଣି ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ରାଷ୍ଟ୍ରପତି ପ୍ରୋଟୋକଲ ଭାଙ୍ଗି ନିଜ ରାଇରଙ୍ଗପୁର ବାସ ଭବନରେ ପରିବାର ସହ ରାତି କଟାଇଥିଲେ !। ତେବେ ସର୍କିଟ ହାଉସ ନିର୍ମାଣ ଏଯାଏଁ ସମ୍ପୂର୍ଣ ହୋଇନଥିବା ବେଳେ ରାଷ୍ଟ୍ରପତି କେଉଁଠି ରହିବେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.